ଫିଫା ବିଶ୍ୱ କପରେ ସବୁଠୁ ଅଧିକ ମ୍ୟାଚ୍ ଖେଳିବା ରେକର୍ଡ ମେସିଙ୍କ ନାଁରେ, ଗୋଲ ମାମଲାରେ ପେଲେଙ୍କ ସହ ସମାନ

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ଫିଫା ବିଶ୍ୱ କପର ଫାଇନାଲ ମୁକାବିଲା ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ କତାରର ଲୁସେଲ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ ଆରମ୍ଭରୁ ହିଁ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱ କପ ଇତିହାସରେ ସବୁଠୁ ଅଧିକ ମ୍ୟାଚ ଖେଳିଥିବା ଫୁଟବଲର ହୋଇଛନ୍ତି ।

ମେସିଙ୍କ ଏହା ପଞ୍ଚମ ଫିଫା ବିଶ୍ୱ କପ । ୨୦୦୬ ମସିହାରେ ସେ ଏହି ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ୨୬ ମ୍ୟାଚ ଖେଳି ସାରିଛନ୍ତି । ଫ୍ରାନ୍ସ ବିପକ୍ଷ ଫାଇନାଲ ମ୍ୟାଚରେ ସେ ୨୬ତମ ମ୍ୟାଚ ଏବଂ ଶେଷ ବିଶ୍ୱ କପ ଖେଳୁଛନ୍ତି । ଏହି ମାମଲାରେ ମେସି ଜର୍ମାନୀର ପୂର୍ବତନ ଫୁଟବଲର ଲୋଥର ମଥେୟୁସଙ୍କୁ ପଛରେ ପକାଇଛନ୍ତି । ମଥେୟୁସ ବିଶ୍ୱ କପରେ ୨୫ ମ୍ୟାଚ୍ ଖେଳିଥିଲେ । ସେ ମଧ୍ୟ ପାଞ୍ଚଟି ବିଶ୍ୱ କପରେ ମୈଦାନରେ ନିଜ ଜଲୱା ଦେଖାଇଥିଲେ ।

କ୍ରିଷ୍ଟିୟାନୋ ରୋନାଲ୍ଡୋ ମଧ୍ୟ ପାଞ୍ଚଟି ବିଶ୍ୱ କପ ଖେଳିଥିଲେ । ତେବେ ସେ କେବଳ ୨୨ଟି ମ୍ୟାଚ ଖେଳିଥିଲେ । ଅନ୍ୟପଟେ ଫ୍ରାନ୍ସର ପୂର୍ବତନ ଅଧିନାୟକ ହ୍ୟୁଗୋ ଲୋରିସ ମଧ୍ୟ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ଲୋରିସଙ୍କ ଏହା ଚତୁର୍ଥ ବିଶ୍ୱ କପ । ଫାଇନାଲ ମ୍ୟାଚରେ ମୈଦାନକୁ ଓହ୍ଲାଇବା ସହ ଏହା ତାଙ୍କର ବିଶ୍ୱ କପରେ ୨୦ ମ୍ୟାଚରେ ହୋଇଛି । ଫ୍ରାନ୍ସ ପକ୍ଷରୁ ବିଶ୍ୱ କପରେ ସବୁଠୁ ଅଧିକ ମ୍ୟାଚ୍ ଖେଳିଥିବା ଫୁଟବଲର ହୋଇଛନ୍ତି ।  

ୱାଲର୍ଡ କପ ଇତିହାସରେ ଆର୍ଜେଣ୍ଟିନା ପକ୍ଷରୁ ସବୁଠୁ ଅଧିକ ଗୋଲ କରିବା ରେକର୍ଡ ମେସିଙ୍କ ନାଁରେ ହୋଇଛି । ୧୨ ନମ୍ୱର ଗୋଲ କରିବା ସହ ମେସି ବ୍ରାଜିଲର ମହାନ ଫୁଟବଲର ପେଲେଙ୍କ ସମକକ୍ଷ ହୋଇଛନ୍ତି । ଚାରୋଟି ବିଶ୍ୱ କପରେ ପେଲେ ମୋଟ ୧୨ଟି ଗୋଲ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.