ଫୁଟ୍ବଲରେ କିଏ ସର୍ବଶ୍ରେଷ୍ଠ ଖେଳାଳି ? ଗ୍ରେଟ୍ ଅଫ୍ ଅଲ୍ ଟାଇମ୍ ଚର୍ଚ୍ଚାରେ ଲାଗିଲା ବ୍ରେକ୍, ମହାକୁମ୍ଭ ଜିତି ରୋନାଲ୍ଡଙ୍କୁ ପଛରେ ପକାଇଲେ ମେସି
19/12/2022 at 9:33 AM

ନୂଆଦିଲ୍ଲୀ: କିଏ ବିଶ୍ବର ମହାନ ଫୁଟ୍ବଲ ଖେଳାଳି । ଲିୟୋନେଲ୍ ମେସି ନା ଖ୍ରୀଷ୍ଟୟାନୋ ରୋନାଲ୍ଡ । ଦୁଇ ଥର ବିଶ୍ବ ଚାମ୍ପିଅନ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ଫିଫା ଫୁଟ୍ବଲ ମହାକୁମ୍ଭ ଜିତିବା ପରେ ଏହି ଚର୍ଚ୍ଚା ଉପରେ ବ୍ରେକ୍ ଲାଗିଛି । ଫୁଟ୍ବଲରେ ସର୍ବକାଳୀନ ମହାନ ଖେଳାଳି ଭାବେ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ଲିୟୋନେଲ୍ ମେସି । ଏହାପୂର୍ବରୁ ୧୯୮୬ରେ ଆର୍ଜେଣ୍ଟିନା ବିଶ୍ବ ଚାମ୍ପିଅନ ହୋଇଥିଲା । ଏହାର ଶ୍ରେୟ ଡିଏଗୋ ମାରାଡୋନାଙ୍କୁ ଯାଇଥିଲା । ହେଲେ ଏଥିର ଲିୟୋନେଲ୍ ମେସି ନିଜର ଶେଷ ମ୍ୟାଚରେ ଦମ୍ ଦେଖାଇଛନ୍ତି । ଦଳକୁ ବିଶ୍ବ ଚାମ୍ପିଅନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଫିଫା ଫୁଟବଲ ବିଶ୍ବକପର ଫାଇନାଲ ମ୍ଯାଚ୍ କତାରରେ ଖେଳା ଯାଇଥିଲା । ରବିବାର ଚାମ୍ପିଅନ ଫ୍ରାନ୍ସ ସହିତ ଆର୍ଜେଣ୍ଟିନାର ଜୋରଦାର ଲଢ଼େଇ ହୋଇଥିଲା । ଲଗାତାର ଫୁଟବଲ ମହାକୁମ୍ଭକୁ କବ୍ଜା କରି ରେକର୍ଡ କରିବା ଲକ୍ଷ୍ୟରେ ରହିଥିଲା ଫ୍ରାନ୍ସ । ହେଲେ ଫୁଟବଲର ଏହି ଲମ୍ବା ରେସରେ ବ୍ରେକ୍ ଲଗାଇଥିଲା ଆର୍ଜେଣ୍ଟିନା। ମେସି ବାହିନୀ ମହା ଲଢେଇରେ ମୈଦାନକୁ ଓହ୍ଲାଇ ଫ୍ରାନ୍ସର ସ୍ବପ୍ନକୁ ଧୂଳିସାତ୍ କରିଦେଇଛି । ଲିୟୋନେଲ୍ ମେସିଙ୍କ ଦମଦାର ଖେଳରେ, ଦଳ ଫୁଟ୍ବଲ ମହାକୁମ୍ଭ ତାଲିକାରେ ପୁଣି ଥରେ ନିଜ ନାଁ ଲେଖି ଦେଇଛି । ଆଉ ବର୍ଷ ବର୍ଷ ଧରି ଲାଗି ରହିଥିବା ସର୍ବକାଳୀନ ଚମ୍ପିଆନ୍ ଫୁଟବଲର କିଏ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
୨୦୨୨ ଫୁଟବଲ ବିଶ୍ବକପ୍ ଫାଇନାଲରେ ଆର୍ଜେଣ୍ଟିନା ପ୍ରବେଶ କରିବା ପରେ ସର୍ବକାଳୀନ ଚମ୍ପିଆନ୍ ଫୁଟ୍ବଲର ଚର୍ଚ୍ଚା ଉପରେ ବ୍ରେକ୍ ଲାଗିଛି। ଆର୍ଜେଣ୍ଟିନାର କଟ୍ଟର ବିରୋଧୀ ଟିମ୍ ଇଂଲଣ୍ଡର ଗୈରୀ ଲିନେକର ସମେତ ବହୁ ଷ୍ଟାର ଖେଳାଳି ଏହି ଚର୍ଚ୍ଚା ପୂର୍ବରୁ ବନ୍ଦ କରି ଲିୟୋନେଲ୍ ମେସିଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ମାନି ନେଇଛନ୍ତି । ଗୈରୀ ଲିନେକର ଟ୍ବିଟ୍ କରି ଏବେ ଫୁଟ୍ବଲରେ ସର୍ବଶ୍ରେଷ୍ଠ ଖେଳାଳି ଉପରେ ଚର୍ଚ୍ଚା ହେବ ନାହିଁ ବୋଲି କହିଛନ୍ତି ।
ବିଂଶ ଶତାବ୍ଦୀ ଆରମ୍ଭରୁ ଲିୟୋନେଲ୍ ମେସି ଓ ଖ୍ରୀଷ୍ଟୟାନୋ ରୋନାଲ୍ଡ ଫୁଟବଲ ଜଗତରେ ଛାଇ ଯାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ କେବଳ ପଡ଼ିଆ ମଧ୍ୟରେ ନୁହେଁ ପଡ଼ିଆ ବାହାରେ ମଧ୍ୟ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ଫୁଟ୍ବଲ ପ୍ରଶଂସକ ମେସି ଏବଂ ରୋନାଲ୍ଡଙ୍କୁ ଗ୍ରେଟ୍ ଅଫ୍ ଅଲ୍ ଟାଇମ୍ ବୋଲି କହୁଥିଲେ । ମାତ୍ର ଆର୍ଜେଣ୍ଟିନା ଫୁଟ୍ବଲ ଚମ୍ପିଆନ ହେବା ପରେ ରୋନାଲ୍ଡଙ୍କୁ ମେସି ବହୁ ପଛରେ ଛାଡ଼ି ଦେଇଛନ୍ତି ।