ସିଂହୀ ପ୍ରତି ସିଂହର ପ୍ରେମ, ମଇଁଷିପଲ କବଳରୁ ସ୍ତ୍ରୀକୁ ବଞ୍ଚାଇ ଜଙ୍ଗଲର ରାଜା ଜିଛି ଜବରଦସ୍ତ ପ୍ରେମିକ

Published By : Prameya-News7 Bureau | April 21, 2022 IST

ନୂଆଦିଲ୍ଲୀ ୨୧/୦୪ :ପ୍ରେମ। ମଣିଷ କଲେ ପ୍ରେମ। ପଶୁବି କରନ୍ତି ପ୍ରେମ।  ଆଉ ପଶୁରାଜଙ୍କ ପ୍ରେମ ଦେଖିଛନ୍ତି? ଏଠି ଆମେ ଆପଣଙ୍କୁ ସେମିତି ଏକ ଭିଡିଓ ଦେଖାଇବୁ। ସିଂହ ନିଜ ପତ୍ନୀ ତଥା ସିଂହୀ ପ୍ରତି ହୋଇଛି ସୁରକ୍ଷାଦାତା। ଆଉ ନିଜ ପତ୍ନୀକୁ ରକ୍ଷା କରିବାକୁ ଲଢ଼ୁଛି ବଣୁଆ ମଇଁଷି ପଲସହ।   

ଜଙ୍ଗଲର ରାଜା ସିଂହ। ଗର୍ଜନ ଓ ଆକ୍ରମଣ ତାର ସାଧାରମ ସ୍ୱଭାବ। ତାକୁ ସମସ୍ତେ ଡରନ୍ତି। କିନ୍ତୁ ସେହି ଭୟଙ୍କର ସିଂହ ଭିତରେ ବି ରହିଛି ଏକ କୋମଳ ହୃଦୟ।  ଯାହାର ପ୍ରମାଣ ହେଉଛି ଏହି ଭିଡିଓ। ସିଂହୀକୁ ବଞ୍ଚାଇବାକୁ ନିଜ ଜୀବନକୁ ବି ବିପଦରେ ପକାଇବାକୁ ପଛାଉନି। ଏହି ଭିଡିଓ ଭାଇରାଲ୍‌। ସୋସିଆଲ ମିଡିଆ ୟୁଜର ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ଅସୁସ୍ଥତା ହେତୁ ଜଙ୍ଗଲରେ ବସି ରହିଛି ସିଂହୀ। ତା’ପରେ ମଇଁଷିମାନେ ସିଂହୀ ଉପରେ କରନ୍ତି ଆକ୍ରମଣ।  କିନ୍ତୁ ସେଠାରେ ଜଗି ରହିଥିବା ସିଂହ ମଇଁଷିମାନଙ୍କ ସାମ୍ନାକୁ ଆସିଯାଏ। ଗର୍ଜନ କରି ମଇଁଷିଙ୍କ ଆଡ଼କୁ ଝପଟି ଯାଏ। ତାର ଗର୍ଜନ ଆଉ ଆକ୍ରମଣର ରୂପ ଦେଖି  ପଚକୁ ହଟି ଯାଆନ୍ତି ମଇଁଷି ପଲ।  ଆଉ ସିଂହ ଟି ସିଂହୀକୁ ରକ୍ଷା କରିବାରେ ହୁଏ ସକ୍ଷମ ।  ସିଂହୀ ସହ ସେଠାରୁ ଚାଲି ଯାଆନ୍ତି।

ଏହି ଭିଡିଓଟି 'ନେକ୍ସଭାଇ' ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରାଯାଇଛି।  ଯାହାକୁ ଏପର୍ଯ୍ୟନ୍ତ 1.2 ଲକ୍ଷ ଲାଇକ୍‌ ମିଳି ସାରିଲାଣି। ଏହି ଭିଡିଓ ଦେଖିବା ପରେ ଭିନ୍ନ ବିନ୍ନ ପ୍ରତିକ୍ରିୟା ରଖଛନ୍ତି ୟୁଜର।  ଜଣେ ଲେଖିଛନ୍ତି, "ଏହା ଖୁବ୍ ସୁନ୍ଦର ଥିଲା ଯେ,  ସିଂହୀକୁ ରକ୍ଷା କରିବାକୁ ନିଜ ଜୀବନକୁ ବି ବିପଦରେ ପକାଇବାକୁ ପଛାଇଲାନି ସିଂହ।  ତାପରେ ସେମାନେ ଏକାଠି ଚାଲିଗଲେ।"

ଅନ୍ୟଜଣେ ଲେଖିଛନ୍ତି, "ସିଂହୀକୁ ରକ୍ଷା କରିବାକୁ ସିଂହର ଚେଷ୍ଟା, ଖୁବ୍‌ ଆଶ୍ଚର୍ଯ୍ୟଜନକ ଥିଲା। ଚମତ୍କାର, ସିଂହୀ ପ୍ରତି ସିଂହର ପ୍ରେମ , ଏହା ଖୁବ୍‌ ସୁନ୍ଦର। ସତରେ ଜଙ୍ଗଲ ରାଜା ଯେମିତ ସାହାସୀ, ସେମିତି ଜବରଦସ୍ତ ପ୍ରେମିକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.