ନୂଆଦିଲ୍ଲୀ ୨୯।୧୦: ଆଜକୁ ଠିକ୍ ୬ ବର୍ଷ ପୂର୍ବେ କ୍ରୀଉ ମେମ୍ବରଙ୍କ ସମେତ ୧୮୯ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା ବୋଇଙ୍ଗ୍ ୭୩୭ ମ୍ୟାକ୍ସ ବିମାନ । ଇଣ୍ଡୋନେସିଆ ଆକାଶରେ ଉଡାଣ ଭରିବାର ମାତ୍ର କିଛି ସମୟରେ ପରେ ହୋଇଥିଲା ବଡ ଧରଣର ଦୁର୍ଘଟଣା ।
ଇଣ୍ଡୋନେସିଆର ଜାକର୍ତାରେ ୨୯ ଅକ୍ଟୋବର ସକାଳୁ ସକାଳୁ ହୋଇଥିଲା ବଡ ବିମାନ ଦୁର୍ଘଟଣା । ଲାୟନ ଏୟାରର ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୧୮୯ ଜଣ ଯାତ୍ରୀ ଥିଲେ । ଏଥିରେ ୧୭୮ ଯାତ୍ରୀଙ୍କ ସମେତ ୩ ଜଣ ଶିଶୁ, ୨ ପାଇଲଟ ଓ ୫ ଜଣ କ୍ରୁ ମେମ୍ବର ଥିଲେ ।
ଉଡାଣର ମାତ୍ର ୧୩ ମିନିଟ ପରେ ଏଟିସି ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ୫ହଜାର ଫୁଟ ଉପରେ ଉଡୁଥିବା ବିମାନଟି ଜାଭା ସମୁଦ୍ରକୁ ଖସିପଡିଥିଲା । ଏହି କ୍ରାସ୍ରେ ସବୁ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କର ହୋଇଥିଲା ମୃତ୍ୟୁ ।
ଏହି ବିମାନ ସକାଳ ୬ଟା ୨୦ରେ ଉଡାଣ ଆରମ୍ଭ କରିଥିଲା ଓ ୭ଟା ୨୦ରେ ଲ୍ୟାଣ୍ଡ କରିବାର ଥିଲା ।
କିନ୍ତୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ସମୁଦ୍ରରେ ହୋଇଥିଲା କ୍ରାସ । ଏହାପରେ ବିମାନର ଧ୍ୱଂସାବଶେଷ ମିଳିବା ହୋଇଥିଲା ଆରମ୍ଭ । ଖବର ଅନୁଯାୟୀ, ଏୟାର୍ ଟ୍ରାକିଙ୍ଗ୍ ସର୍ଭିସ୍ ଫ୍ଲାଇଟ୍ରାଡର୍ ୨୪ ଅନୁଯାୟୀ ଜେଟ୍ଟି ବୋଇଙ୍ଗ୍ ୭୩୭ ମ୍ୟାକ୍ସ୍ ୮ ଥିଲା ଏବଂ ଏହା ସମ୍ପୂର୍ଣ୍ଣ ନୂଆ ରହିଥିଲା ।