ଲିଙ୍ଗାୟତ ମଠର ସାଧୁଙ୍କ ଆତ୍ମହତ୍ୟା! ଭାଇରାଲ ଅଡିଓ ଶୁଣି ଡରିଯାଇଥିଲେ ବାବା
5/09/2022 at 8:29 PM

ବେଙ୍ଗାଲୁରୁ: ଲିଙ୍ଗାୟତ ମଠର ସାଧୁ ବାସବ ସିଦ୍ଦାଲିଙ୍ଗ ସ୍ୱାମୀଙ୍କ ଆତ୍ମହତ୍ୟା ! କର୍ଣ୍ଣାଟକ ବେଲଗାଭୀ ଜିଲ୍ଲାରେ ଥିବା ଶ୍ରୀ ଗୁରୁ ମାଦିୱାଲେଶ୍ୱର ଲିଙ୍ଗାୟତ ମଠର ସେ ସାଧୁ ଥିଲେ। ସୋମବାର ମଠରେ ଥିବା ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ସୋମବାର ସକାଳେ ତାଙ୍କ ଭକ୍ତମାନେ ମଠକୁ ଦର୍ଶନ ପାଇଁ ଆସିଥିବା ବେଳେ ବାବା ଫାସୀ ଲଗାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ମାମଲା ପୁଲିସ ପାଖରେ ପହଞ୍ଚିବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତଦେହ ପାଖରୁ ଏକ କାଗଜ ଜବତ କରିଛି ପୁଲିସ। ଏହା ସୁଇସାଇଡ୍ ନୋଟ୍ ହେଇଥାଇପାରେ ବୋଲି କୁହାଯାଉଥିବା ବେଳେ ପୁଲିସ ଏନେଇ କୌଣସି ଖୁଲାସା କରି ନାହିଁ।
ତେବେ ଆତ୍ମହତ୍ୟାର କାରଣ ବିଷୟରେ ମିଳିଥିବା ସୂଚନା ଅନୁସାରେ ଯୌନ ସମ୍ପର୍କ ଅଭିଯୋଗ ନେଇ ବାବାଙ୍କର ନାଁରେ କଥା ଉଠିଥିଲା। ଦୁଇ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା କରିବେ ବୋଲି କଥା ହେଉଥିବା ବେଳେ ଏକ ଅଡିଓ ଶୁଣିବାକୁ ମିଳିଥିଲା। ଦୁଇ ମହିଳା ବାସବ ସିଦ୍ଦାଲିଙ୍ଗଙ୍କ ନାରେ ଅଭିଯୋଗ କରିବେ ବୋଲି ଅଡିଓରେ ଶୁଣାଇଯାଇଥିଲା। ଏହି ଚାପରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।
ଏହା ପୂର୍ବରୁ ଆଉ ଜଣେ ଲିଙ୍ଗାୟତ ସାଧୁ ସିବମୁର୍ତ୍ତି ମୁରୁଘା ଶରନରୁଙ୍କ ବିରୋଧରେ ମଧ୍ୟ ଏଭଳି ସଂଗୀନ ଅଭିଯୋଗ ଆସିଛି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ଅଭିଯୋଗରେ ସାଧୁଙ୍କୁ ଗିରଫ ବି କରାଯାଇଛି। ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।