ବିଦ୍ୟୁତ୍ ଆଘାତ ପରେ ତାରରେ ଝୁଲିରହିଥିଲେ ଲାଇନ୍ମ୍ୟାନ୍, ଜୀବନ୍ତ ଉଦ୍ଧାର କଲେ ଦମକଳବାହିନୀ
26/10/2019 at 1:16 PM

ଭଣ୍ଡାରିପୋଖରୀ ୨୬।୧୦: ବିଜୁଳି ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଲାଇନମ୍ୟାନ୍ ଗୁରୁତର ହୋଇଛନ୍ତି । ଗୁରୁତର ଲାଇନମ୍ୟାନ ହେଉଛନ୍ତି ପ୍ରଦୀପ ମହାପାତ୍ର । ଭଦ୍ରକ ସହରର ଚରମ୍ପା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କାଳୀପୂଜା ଲାଗି ମରାମତି ପାଇଁ ଖୁଣ୍ଟରେ ଚଢି କାମ କରୁଥିଲେ ଲାଇନମ୍ୟାନ୍ ପ୍ରଦୀପ ମହାପାତ୍ର । ସେହି ସମୟରେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ବିଦ୍ୟୁତ୍ ଆଘାତରେ ସେ ଖୁଣ୍ଟରେ ଥିବା ତାରରେ ଓହଳି ରହିଥିଲେ ।

ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022