ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

୧୧ କେଭି ବିଦ୍ୟୁତ୍ ଲାଇନରେ କାମ କରୁଥିବା ବେଳେ ଲାଗିଲା ଆଘାତ, ଲାଇନ୍ ମ୍ୟାନଙ୍କ ମୃତ୍ୟୁ

4/10/2022 at 9:36 PM

ନିଶ୍ଚିତକୋଇଲି, ୦୪/୧୦: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ନିକଟରେ ବିଦ୍ୟୁତ୍ ଆଘାତରେ ଜଣେ ଲାଇନ୍ ମ୍ୟାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଆଜି ଅପରାହ୍ନରେ ଅସୁରେଶ୍ବର-ଦାନପୁରକୁ ଯାଇଥିବା ୧୧ କେଭି ବିଦ୍ୟୁତ୍ ଲାଇନରେ କାମ କରୁଥିବା ବେଳେ ଲାଇନ୍ ମ୍ୟାନ ଆଶୁତୋଷ ମହାନ୍ତି ଓରଫ ପିଣ୍ଟୁଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ସେ ଅନେକ ସମୟ ଧରି ବିଦ୍ୟୁତ୍ ତାରରେ ଝୁଲି ରହିଥିଲେ।

ପରେ TPCODL କର୍ମଚାରୀମାନେ ଆଶୁତୋଷଙ୍କୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଇଥିଲେ। ହେଲେ ସେଠାରେ ଡାକ୍ତର ଆଶୁତୋଷଙ୍କୁ ମୃତ ଘୋଷଣା କରିଛନ୍ତି । ଆଶୁତୋଷ ଟାଟା ପାୱାର କମ୍ପାନୀର ଆଉଟ୍ ସୋରସିଂ ଏଜେନ୍ସି ରେଡ୍ ଟେକରେ ଲାଇନ୍ ମ୍ୟାନ ଭାବେ କାମ କରୁଥିଲେ। ଆଶୁତୋଷ ସ୍ଥାନୀୟ ଅଂଚଳର ଜଣେ ମେଳାପୀ ଓ ପରୋପକାରୀ ଯୁବକ ହୋଇଥିବାରୁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଆଶୁତୋଷଙ୍କ ସ୍ତ୍ରୀ ଏବଂ ଗୋଟିଏ ଦୁଇ ବର୍ଷର ଝିଅ ଥିବା ସୂଚନା ମିଳିଛି ।

   Related Posts