LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୧୧ କେଭି ଖୁଣ୍ଟରେ ଚଢ଼ି ସଜାଡୁଥିଲା ବେଳେ ବିଦ୍ୟୁତ୍ ଚାର୍ଜ ଦେବାରୁ ଲାଇନ୍‌ ମ୍ୟାନ୍‌ ମୃତ

22/03/2023 at 11:11 PM

ସୁନ୍ଦରଗଡ଼: ବିଦ୍ୟୁତ ମରାମତି କରୁଥିବା ବେଳେ ବିଦ୍ୟୁତ ଅ।ଘାତରେ ଲାଇନ ମ୍ୟାନ ମୃତ। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ରାମପୁର ଗ୍ରାମରେ। ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ବେଳେ ଲାଇନମ୍ୟାନ ନିରଞ୍ଜନ ବାଗ ଖୁଣ୍ଟରେ ଚଢି ସଜାଡୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଷ୍ପର୍ସରେ ଅ।ସିବାରୁ ବିଦ୍ୟୁତ୍ ଝଟ୍‌କା ଲାଗିଥିଲା । ଗ୍ରୀଡରୁ ସଟଡାଉନ ନେଇ କାମ କରାଯାଉଥିବା ବେଳେ ବିଦ୍ୟୁତ ବିଭାଗର କେହି କର୍ମଚାରୀ ଲାଇନ ଚାର୍ଜ କରିଦେବାରୁ ଏଭଳି ଅଘଟଣ ଘଟିଛି।

ଟାଟା ପାଓ୍ଵାର ଲାଇନମ୍ୟାନମାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଦେଉନଥିବାରୁ ଅନେକ ସମୟରେ ଏହିଭଳି ଅଘଟଣ ଘଟୁଛି। ମାତ୍ର ଅ।ଜି ମରାମତି ସମୟରେ ହଠାତ ଲାଇନ ଚାର୍ଜ ହୋଇଯିବାରୁ ଖୁଣ୍ଟ ଉପରେ ଚଢିଥିବା ଲାଇନମ୍ୟାନ ନିରଂଜନ ଜଳିଯାଇଥିଲେ ଓ ଖୁଣ୍ଟ ଉପରୁ ତଳେ ପଡିଥିଲେ ପରେ ତାଙ୍କୁ ଗୁରୁତ୍ଵର ଅବସ୍ଥାରେ ସବଡେଗା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ବିଦ୍ୟୁତ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମୃତ ଲାଇନମ୍ୟାନ ନିରଂଜନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଦେବାପାଇଁ କର୍ମଚାରୀମାନେ ଦାବୀ କରିଛନ୍ତି।

   Related Posts