୭,୫୦୦ ଟଙ୍କା ନେଇ ବିଦ୍ୟୁତ କର୍ମଚାରୀ ଗିରଫ; ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ଲାଞ୍ଚ

Published By : Prameya-News7 Bureau | December 23, 2022 IST

ପୁରୀ ୨୩/୧୨: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଲାଇନମ୍ୟାନ (ବିଦ୍ୟୁତ୍‌ କର୍ମଚାରୀ)। ପିପିଲି ଭାରତୀପୁରର ଲାଇନମ୍ୟାନ ମାନସ ସାହୁ ନୂଆ ବିଦ୍ୟୁତ ସଂଯୋଗ ପାଇଁ ୭ ହଜାର ୫୦୦ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ପୁରୀ ଭିଜିଲାନ୍ସ ଟିମ୍‌ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ତାଙ୍କ ବିରୋଧରେ ଅଭିଯୋଗ ନମ୍ୱର ୪୩/୨୨ ମୂଳେ ମାମଲା ରୁଜୁ ହୋଇଛି।

ଡେଲାଙ୍ଗ ଥାନା ଅଞ୍ଚଳର ସୁକାନ୍ତ ବେହେରା କୁକୁଡ଼ା ଫାର୍ମ କରିବାକୁ ବିଦ୍ୟୁତ ସଂଯୋଗ ଆଣିବାକୁ ବିଦ୍ୟୁତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଆବେଦନ ଅନୁସାରେ ବିଦ୍ୟୁତ ସଂଯୋଗ ଦେବାକୁ ମାନସଙ୍କୁ ପଠାଯାଇଥିଲା। ତେବେ ୭୫୦୦ ଟଙ୍କା ନ ଦେଲେ ବିଦ୍ୟୁତ ସଂଯୋଗ ହେବନି ବୋଲି ମାନସ କହିଥିଲେ। ସୁକାନ୍ତ ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭି ଜଣାଇଥିଲେ। ସୁକାନ୍ତଙ୍କ ଅଭିଯୋଗ ଆଧାରରେ ପୁରୀ ଭିଜିଲାନ୍ସ ଟିମ ଚଢ଼ଉ କରି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.