ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ପାଇଁ କଟିଲା ବିଜୁଳି, ଅନ୍ଧାରରେ ଅଭିଭାଷଣ ଜାରି ରଖିଲେ ମହାମହିମ

Published By : Prameya-News7 Bureau | May 06, 2023 IST

ଭୁବନେଶ୍ୱର ୦୬/୦୫: ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ । ଗସ୍ତର ଶେଷ ଦିନରେ MSCB ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତିଙ୍କ ନିଜର ଅଭିଭାଷଣ ରଖୁଥିଲେ । ଅଭିଭାଷଣ ସମୟରେ ହାଠାତ୍ କଟିଗଲା ଲାଇନ୍ । ଚାଲିଗଲା ବିଜୁଳି । କିନ୍ତୁ ଏସବୁ ଭ୍ରୁକ୍ଷେପ ନକରି ଅନ୍ଧାରରେ ନିଜର ଅଭିଭାଷଣ ଜାରି ରଖିଥିଲେ ମହାମହିମ । ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୂଳପତି ।

wp:html /wp:html

ସୂଚନାଥାଉକି, ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପାୱାର କଟିଥିଲା । ହେଲେ ବିଜୁଳି ଚାଲିଯିବା ପରେ ବି ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ’ । ଦୀର୍ଘ ୯ ମନିଟ ପରେ ଲାଇନ୍ ଆସିଥଲା । ହେଲେ ଅନ୍ଧାରରେ ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ସମସ୍ତଙ୍କୁ କରିଥିଲା ଚକିତ । ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ଭିତରେ ୮ ଜଣଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯାଇଛି । ୯୦ ଜଣ ଗବେଷକଙ୍କୁ ପିଏଚଡି ଓ ୩୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.