ଘରେ କ୍ୟାସ୍‌ ରଖିବାର ଲିମିଟ୍‌ କେତେ? ଜାଣନ୍ତୁ ଟ୍ୟାକ୍ସର ନିୟମ

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ ୨୫।୧୧: ବେଳେ ବେଳେ ଖବର ଆସେ ସରକାର ଘରେ କ୍ୟାସ୍ ରଖିବାର ଲିମିଟ୍ ନିର୍ଦ୍ଧାରଣ କରୁଛନ୍ତି। ତେବେ ସରକାର ଏହାକୁ ଗୁଜବ କହି ଟାଳି ଯାଇଛନ୍ତି। ମିଡିଆ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସରକାର ଘରେ ରଖା ଯାଇ ପାରୁଥିବା ନଗଦର ସୀମା ନିର୍ଦ୍ଧାରଣ କରିବେ। ଏପରିକି ଏହି ସୀମା ୩ରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଥିଲା। ତେବେ ସରକାର ଏହାକୁ ଅସ୍ୱୀକାର କରିଥିଲେ ଓ କହିଥିଲେ ଘରେ ନଗଦ ଜମା କରିବାର କୌଣସି ସୀମା ନାହିଁ।

ତେବେ ଘରେ ନଗଦ ଟଙ୍କା ଗଚ୍ଛିତ ରଖୁଥିଲେ ଏହା କେତେ ପର୍ଯ୍ୟନ୍ତ ରହିବା ଦରକାର ତାର କୌଣସି ସୀମା ନାହିଁ। ଭାରତ ଏକ ବିକାଶଶୀଳ ଅର୍ଥ ବ୍ୟବସ୍ଥା ହୋଇଥିବାରୁ  ଘରେ ନଗଦ ରଖିବାର ସର୍ବନିମ୍ନ ସୀମା ନିର୍ଦ୍ଧାରଣ କରିବା ବାସ୍ତବିକ କଷ୍ଟକର। ଘରେ କେତେ କ୍ୟାସ୍ ରଖି ହେବ ତାର କୌଣସି ଲିମିଟ୍ ନାହିଁ କି ଏପରି କୌଣସି ନିୟମ ନାହିଁ ଯାହା ଦ୍ୱାରା ଆପଣ ଘରେ କ୍ୟାସ୍ ରଖି ପାରିବେ।

{"id":713617,"width":842,"height":473,"sizeSlug":"full","linkDestination":"none"}

ତେବେ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଘରେ ରଖି ପାରିବେ ଏଥିରେ କୌଣସି କଟକଣା ନାହିଁ, ହେଲେ ଘରେ ରଖୁଥିବା ଟଙ୍କାର ପଇସା ପଇସା ହିସାବ ମଧ୍ୟ ରଖିବାକୁ ପଡିବ। ଏହି ଟଙ୍କା କେଉଁ ସୂତ୍ରରୁ ଓ କେତେ ପରିମାଣରେ ରଖିଛନ୍ତି ତାର ଆବଶ୍ୟକ ସ୍ଥଳେ ହିସାବ ଦେଇ ପାରୁଥିବା ଜରୁରି। ତେବେ ସବୁଠୁ ଯାହା ବଡ କଥା ତାହା ହେଉଛି ଘରେ ରଖୁଥିବା ନଗଦର ଆପଣ ଟ୍ୟାକ୍ସ ଦେଉଛନ୍ତି କି ନାହିଁ।

ନଗଦ ନେଣ ଦେଣ ପାରମ୍ପରିକ ରୂପେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ  ଓ ଘରେ କଳା ଧନ ସଞ୍ଚୟର ଏକ ନିରନ୍ତର କାରଣ ମଧ୍ୟ ହୋଇଥାଏ। ସରକାର କଳାଧନର ମୁକାବିଲା ଲାଗି ସମୟ ସମୟରେ ନଗଦ ନେଣ ଦେଣ ଉପରେ ବିଭିନ୍ନ ସୀମା ନିର୍ଦ୍ଧାରଣ କରିଛି। ଏହି ସୀମାରୁ ଅଧିକ ନଗଦ ଦେୟ ଓ ପ୍ରାପ୍ତି ରାଶିର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଜରିମନା ଯୋଗ୍ୟ ଓ ଦଣ୍ଡନୀୟ।

{"id":713620,"width":839,"height":629,"sizeSlug":"full","linkDestination":"none"}

ଭାରତୀୟ ଆୟକର ଆଇନ କୌଣସି କାରଣରୁ ୨ ଲକ୍ଷ ବା ଅଧିକ ନଗଦ ନେଣଦେଣରେ କଟକଣା ଜାରି କରିଛନ୍ତି। ଉଦାହରଣ ସ୍ୱରୂପ ଯଦି ଆପଣ ଗୋଟିଏ ଥରରେ ୩ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଆଭୂଷଣ କ୍ରୟ କରୁଛନ୍ତି ତେବେ ଆପଣଙ୍କୁ ଚେକ୍, କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ ବା ବ୍ୟାଙ୍କ ହସ୍ତାନ୍ତରଣ ମାଧ୍ୟମରେ ପୈଠ କରିବାକୁ ହେବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.