ଆମେରିକା ମୁଖ୍ୟ ପରି ଋଷ ରାଷ୍ଟ୍ରପତିଙ୍କ ପାଖରେ ରହିଥାଏ ପରମାଣୁ ବ୍ରିଫ୍‌କେସ୍‌, ଆଦେଶ ମାତ୍ରେ ମିନିଟ୍‌ରେ ହୁଏ ଆଟାକ୍‌

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ ୧୪।୧୧: ଦୁନିଆର ବଡ ବଡ ରାଷ୍ଟ୍ରାଧ୍ୟକ୍ଷ । ଯେଉଁଠି ବି ରୁହନ୍ତୁ, ତାଙ୍କ ସହିତ ସବୁବେଳେ ରହିଥାନ୍ତି କିଛି ବିଶେଷ ଲୋକ । ଏମାନଙ୍କ ମଧ୍ୟରୁ ଗୋଟିଏ ଟିମ୍‌ ଏପରି ରହିଥାନ୍ତି, ଯାହାଙ୍କ ପାଖରେ ରହିଥାଏ ଗୋଟିଏ ବ୍ରିଫ୍‌କେସ୍‌ । ଏହାକୁ ନେଇ ଦାବି କରାଯାଏ କି ଏଥିରେ ରହିଛି ପରମାଣୁ ଆକ୍ରମଣର ବଟନ । ଯଦି ଏହାକୁ ଦବାଇ ଦିଆଯାଏ, ତେବେ କିଛି ମିନିଟ୍‌ରେ ହିଁ ପରମାଣୁ ଆକ୍ରମଣ ହୋଇଯିବ । 

ଆସନ୍ତୁ ଜାଣିବା ଆମେରିକା ଏବଂ ଋଷର ପରମାଣୁ ବ୍ରିଫ୍‌କେସ୍‌ ବିଷୟରେ... ଆମେରିକାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । କମଳା ହାରିସଙ୍କୁ ପରାସ୍ତ କରି ଟ୍ରମ୍ପ ସୁପର ପାଓ୍ବାର ଆମେରିକାର ହୋଇଛନ୍ତି ରାଷ୍ଟ୍ରପତି । ପଦକୁ ଫେରିବା ପରେ ଟ୍ରମ୍ପଙ୍କ ହାତକୁ ସତ୍ତା ସହିତ ବ୍ରିଫ୍‌କେସ୍‌ ବି ଆସିଯାଇଛି । ଯାହାର ଗୋଟିଏ ବଟନ୍‌ ଦାବିବା ମାତ୍ରେ କୌଣସି ବି ଦେଶରେ ହୋଇପାରେ ପରମାଣୁ ଆକ୍ରମଣ । ଆସନ୍ତୁ ଜାଣିବା ଏହି ବ୍ରିଫ୍‌କେସ୍‌ର ସତ୍ୟତା କଣ ? 

ଆମେରିକାର ପୂର୍ବତନ କ୍ଷେପଣାସ୍ତ୍ର ଉତକ୍ଷେପଣ ଅଧିକାରୀ ବ୍ରୁସ୍ ବ୍ଲା । ସେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସହ କଥା ହୋଇଥିଲେ । ସେ କହିଥିଲେ କି ନିର୍ଦ୍ଦେଶ ପାଇବା ପରେ ମାତ୍ରେ ଗୋଟିଏ ମିନିଟରେ କରିହେବ ପରମାଣୁ ମିସାଇଲ୍‌ ଲଞ୍ଚ ।  ଆମେରିକୀୟ ସିଷ୍ଟମରେ କେବଳ ଜଣେ ବ୍ୟକ୍ତି ହିଁ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇପାରିବେ । ଆଉ ସେ ହେଉଛନ୍ତି ଦେଶର ରାଷ୍ଟ୍ରପତି । 

ଏହି କାରଣରୁ ଆମେରିକାର ରାଷ୍ଟ୍ରପତିଙ୍କ ସହ ଆସୁଥିବା ସ୍ୱତନ୍ତ୍ର ଟିମ୍‌ଙ୍କ ପାଖରେ ସବୁବେଳେ ରହିଥାଏ ପରମାଣୁ ବ୍ରିଫ୍‌କେସ୍‌ । ଏହାକୁ ନ୍ୟୁକ୍ଲିୟର ଫୁଟବଲ ମଧ୍ୟ କୁହାଯାଏ । କଳା ରଙ୍ଗର ଏହି ଚମଡାର ବ୍ରିଫ୍‌କେସ୍‌ ଦେଖିବାକୁ ସାଧାରଣ ଲାଗିପାରେ ସତ, କିନ୍ତୁ ଏହା ଭିତରେ ଲାଗିଥାଏ ବିଶେଷ ଉପକରଣ । ଗୋଟିଏ ଆଦେଶ ମିଳିବା ମାତ୍ରେ ହିଁ ମିନିଟ୍‌ରେ ଲଞ୍ଚ କରାଯାଇପାରେ ପରମାଣୁ ମିସାଇଲ୍ । 

ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ରର ସବୁଠାରୁ ବଡ ଭଣ୍ଡାର ଋଷ ପାଖରେ ରହିଛି । ଫେଡେରେସନ୍ ଅଫ୍ ଆମେରିକୀୟ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ ଋଷରେ ୫୯୭୭ ପରମାଣୁ ଅସ୍ତ୍ର ରହିଛି । ଯେତେବେଳେ କି ଆମେରିକା ପାଖରେ ୫୪୨୮ ପରମାଣୁ ଅସ୍ତ୍ର ଏବଂ ଚାଇନାରେ ୩୫୦ ପରମାଣୁ ଅସ୍ତ୍ର ରହିଛି । ଏବେ ଆସିବା ବାସ୍ତବ ଟପିକ୍‌କୁ । ଇଗୋର ସଜେଗେନ୍‌ଙ୍କୁ ଅସ୍ତ୍ରଶସ୍ତ୍ରର ରହିଛି ଅଭିଜ୍ଞତା । ସେ ଋଷର ବାସିନ୍ଦା । ସେ ଋଷ ସରକାରଙ୍କ ପାଇଁ ମଧ୍ୟ କାମ କରିଛନ୍ତି । 

ସେ ଗଣମାଧ୍ୟମ ସହ କଥା ହୋଇ କହିଥିଲେ କି ଆମେରିକାର ପରମାଣୁ ବ୍ରଫକେସ୍ ପରି ଋଷ ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଆଣବିକ କ୍ଷେପଣାସ୍ତ୍ରର ଏକ କୋଡ୍‌ ଥିବା ପରମାଣୁ ବ୍ରିଫକେସ୍ ରହିଛି । ସବୁବେଳେ ଋଷ ରାଷ୍ଟ୍ରପତିଙ୍କ ସହ ଦେଖିବାକୁ ମିଳିଥାଏ ଏହି ବ୍ରିଫକେସ୍ । କୁହାଯାଏ କି ଶୋଇବା ସମୟରେ ମଧ୍ୟ ଏହି ବ୍ରଫକେସ୍କୁ ଋଷ ରାଷ୍ଟ୍ରପତିଙ୍କ ୧୦-୨୦ ମିଟର ମଧ୍ୟରେ ହିଁ ରଖାଯାଇଥାଏ । ତେବେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ପରମାଣୁ ବ୍ରିଫ୍‌କେସ୍‌ ନିଜ ସହିତ ନେଇ ଯାଇଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.