ମୋଦୀ ପରି ଏମିତି ବହୁତ ଆସି ଗଲେଣି..., ବିଶ୍ଵନାଥ ଧାମରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍

Published By : Prameya-News7 Bureau | December 13, 2021 IST

ବାରାଣସୀ ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ସୋମବାର କାଶୀ ବିଶ୍ଵନାଥ ଧାମର ଲୋକାର୍ପଣ କରିବା ସହିତ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କାହାରି ନାମ ନନେଇ କହିଛନ୍ତି, ଯେବେ ମୁଁ ବନାରସ ଆସିଲି ଗୋଟିଏ ବିଶ୍ଵାସ ନେଇକି ଆସିଥିଲି। ବିଶ୍ଵାସ ନିଜ ଅପେକ୍ଷା ବନାରସବାସୀଙ୍କ ଉପରେ ଥିଲା। କିନ୍ତୁ କିଛି ଲୋକ ବନାରସବାସୀଙ୍କ ଉପରେ ସନ୍ଦେହ କରୁଥିଲେ। ସେହି ଲୋକେ କହୁଥିଲେ କେମିତି ହେବ ଏତେ କାମ ? ହେବ କି ନାହିଁ ? ପୁଣି କହୁଥିଲେ ଏମିତି ତ ଏଠାରେ ଚାଲି ଆସିଛି ଏମିତି ଧାରାବାହିକ ଭାବେ ଚାଲିଥିବ। ମୋଦୀ ପରି ବହୁତ ଆସି ଚାଲିଗଲେଣି। ମୋଦୀ କହିଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ, ବନାରସ ପାଇଁ କିଭଳି ଏମିତି ଧାରଣା ତିଆରି କରି ଦିଆଗଲା।

ମୋଦୀ କହିଛନ୍ତି, ମୋତେ ଜଣା ଯେ, ଏମିତି ଧାରଣା ବନାରସବାସୀଙ୍କ ମନରେ ନଥିଲା। ଏଥିରେ କିଛି ରାଜନୀତି ଏବଂ କିଛି ନିହିତ ସ୍ଵାର୍ଥ ଥିଲା। ବନାରସ ଉପରେ ଆରୋପ ଲଗାଯାଉଥିଲା, ମାତ୍ର କାଶୀ ତ କାଶୀ। କାଶୀ ତ ଅବିନାଶୀ। କାଶୀରେ କେବଳ ଗୋଟିଏ ସରକାର, ଯାହାଙ୍କ ହାତରେ ଡମ୍ବରୁ ରହିଛି। ଏଠାରେ ମହାଦେବଙ୍କ ସରକାର ରହିଛି।

ମୋଦୀ କହିଛନ୍ତି, ଯେଉଁଠି ଗଙ୍ଗା ନିଜ ଧାରା ବଦଳାଇ ପ୍ରବାହିତ ହେଉଛି ସେହି କାଶୀକୁ ଭଲା କିଏ ଆଉ ରୋକି ପାରିବ। କାଶୀ ଖଣ୍ଡରେ ଭଗବାନ ଶିବ ନିଜେ କହୁଛନ୍ତି, ବିନା ମୋର ପ୍ରସନ୍ନତାରେ କାଶୀକୁ କିଏ ଆସି ପାରିବ। କିଏ ଏହାକୁ ସେବନ କରି ପାରିବ। କାଶୀରେ ମହାଦେବଙ୍କ କୃପା ବିନା କିଏ  ଆସି ପାରିବ ନା କିଛି ହୋଇ ପାରିବ। ଏଠାରେ ଯାହା ବି କିଛି ହୁଏ ମହାଦେବଙ୍କ ଇଚ୍ଛାରେ ହୋଇଥାଏ। ଯାହା ବି ହୋଇଛି ସବୁ ମହାଦେବ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.