ଭକ୍ତ ଓ ସେବାୟତଙ୍କ ଅସନ୍ତୋଷ ପରେ ଲାଗିଲା ଲାଇଟ୍, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଆକ୍ସନ

Published By : Prameya-News7 Bureau | June 08, 2024 IST

ପୁରୀ ୦୮/୦୬: ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଖୁବ୍ ଶୀଘ୍ର ପୁଣି ଲାଗିଲା ଲାଇଟ । ମୁଖ୍ୟ ଶାସନ ସଚିବ ତାଗିଦ୍ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଲାଗିଛି ଲାଇଟ୍ । ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପରେ ପୁଣି ଲାଗିିଲା ଲାଇଟ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଯାଇଛନ୍ତି ଶ୍ରୀମନ୍ଦିର। 

ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ ଲାଇଟ୍ ଖୋଲି ନେବା ପ୍ରସଙ୍ଗରେ ବସିଥିଲା ସାମ୍ବାଦିକ ସମ୍ମିଳନୀ । ସମ୍ମିଳନୀ ପରେ ପୁରୀ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟ ହଟାଇ ଦିଆଯିବା ଘଟଣାରେ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । 

କାହିଁକି ଶ୍ରୀମନ୍ଦିରର ଚାରିପାଖରୁ ଲାଇଟ କଢ଼ାଯାଇଛି ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ୩ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଥିଲା । ସେପଟେ ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ଜଣଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୋଲିସ । 

ସୂଚନା ଥାଉକି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଖେଇ ଆସୁଥିବାରୁ ସେନେଇ କରୁଛନ୍ତି ଅନୁଧ୍ୟାନ। ମୁଖ୍ୟ ଶାସନ ସଚିବଙ୍କ ସହ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.