ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ସ୍କୁଲ ଉପରେ ବଜ୍ରପାତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

Published By : Prameya-News7 Bureau | July 11, 2024 IST

ମୁର୍ଶିଦାବାଦ ୧୧।୭: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଗୁରୁବାର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ଡୋମକଲସ୍ଥିତ ଏକ ବିଦ୍ୟାଳୟ ଉପରେ ବଜ୍ରପାତ ହୋଇଛି। ଫଳରେ ବିଦ୍ୟାଳୟରେ ଥିବା ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସବୁ ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଛି। ଅପରପଟେ ଝାଡ଼ଖଣ୍ଡ ସରାୟକେଲା-ଖରସୁଆଁ ଜିଲ୍ଲା ଚାଣ୍ଡିଲ ଥାନା ଭାଦୁଡିହ ଗାଁରେ ବଜ୍ରପାତ ଯୋଗୁ ଜଣେ ମହିଳା, ତାଙ୍କ ୧୦ ବର୍ଷର ପୁଅ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। 


ସେହିପରି ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରେ ଗୁରୁବାର ବଜ୍ରପାତ ଯୋଗୁ ବିଲରେ ତଳି ରୋଉଥିବା ମହିଳାମାନଙ୍କ ମୃତ୍ୟୁ ହୋଇଛି। ପୋଲିସ ଅଧିକ୍ଷକ ଉଦୟ ଶଙ୍କର ସିଂହ କହିଛନ୍ତି ଯେ ମଲୱାଂ ଥାନା ଉରତସ୍ତି କଲା ରେଳଷ୍ଟେସନ ନିକଟରେ ଥିବା ବରମତପୁର ଗାଁରେ ଧାନ ରୁଆ ହେଉଥିଲା। ଗୋମତୀ ଦେବୀ (୪୫), କୁସୁମା ଦେବୀ (୩୨) ଓ ରାମ କୁମାରୀ (୫୦) ଧାନ ରୋଉଥିବା ବେଳେ ଅଚାନକ ବଜ୍ରପାତ ହୋଇଥିଲା ଓ ସମସ୍ତ ୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.