ତାତିରୁ ମିଳିଲା ସାମାନ୍ୟ ଆଶ୍ଵସ୍ତି, ଆଗାମୀ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

Published By : Prameya-News7 Bureau | February 24, 2024 IST

ଭୁବନେଶ୍ଵର: ବଢୁଥିବା ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଉପକୂଳ ଓ ଉତ୍ତର ଉପକୂଳ ଓଡିଶାର ମୟୁରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼,ନୟାଗଡ଼, ଖୋର୍ଦ୍ଧା, ପୁରୀ ପ୍ରଭୃତି କିଛି ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍‌ଝିପ୍‌ ବର୍ଷା ହୋଇଛି। ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ  ବାୟୁମଣ୍ଡଳକୁ ପ୍ରବେଶ କରୁଛି ତେଣୁ ୫ ଦିନ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

wp:heading {"level":4}

Also read- ମାଟ୍ରିମୋନିଆଲରେ ବିବାହ ପ୍ରସ୍ତାବ ପଡ଼ିଲା ମହଙ୍ଗା, ପୀଡ଼ିତା ଓ ପରିବାରକୁ ବ୍ଲାକମେଲ୍ କଲା ଯୁବକ

/wp:heading

ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତରେ ଗରମ ପ୍ରଭାବରେ ବର୍ଷା ହେଉଛି । ପୂର୍ବରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶରୁ ଗୁରୁଚାପ ବଳୟଟି ଆସୁଥିଲା  ତାହାର ପ୍ରଭାବ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ଦିଗରେ ରହୁଥିଲା। ଫଳରେ ତାପମାତ୍ରା ବଢୁଥିଲା । କିନ୍ତୁ ବର୍ତ୍ତମାନ ତାହା ଦୁର୍ବଳ ହୋଇଯାଇଛି । ତେବେ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ପ୍ରଦେଶ ଓଡ଼ିଶାରେ ସାମାନ୍ୟ ଗୁରୁଚାପ ପ୍ରଭାବ ରହୁଛି । ଫଳରେ ରାଜ୍ୟରେ ପାଗ ସାମାନ୍ୟ ବଦଳିଛି ।

ଆଜି ପୁରୀ କଟକ ଖୋର୍ଦ୍ଧା ଜଗତସିହପୁରରେ ହାଲକା ବର୍ଷା ହେବ । କାଲିଠାରୁ ଉତ୍ତର ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ଘଡ ଘଡି ସହ ହାଲକା ବର୍ଷା ହୋଇପାରେ । ୨୮ ତାରିଖରୁ ପୁଣି ବଢ଼ିପାରେ ତାପମାତ୍ରା ।  ମାର୍ଚ୍ଚ ପହିଲାରୁ ପୁଣି ଛୁଇଁ ପାରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ବୋଲି  ପାଣିପାଗ ବିଶେଷଜ୍ଞ ଆକଳନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.