ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଦେବଗଡ଼ରେ ସ୍ଵାଭାବିକଠୁ ଅଧିକ, କଳାହାଣ୍ଡିରେ ସବୁଠୁ କମ, ୧୨ରୁ ବଦଳିପାରେ ପାଗ
9/07/2023 at 4:50 PM

ଭୁବନେଶ୍ଵର: ମୌସୁମୀ ସକ୍ରିୟ ହେଲେ ବର୍ଷା ଉଭାନ୍ । ଜୁନ ୧ରୁ ଆଜି ଯାଏଁ ରାଜ୍ୟରେ ୨୫ ପ୍ରତିଶତ କମ ବର୍ଷା ରହିଛି । ସେପଟେ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ରାଜ୍ୟ ଉପରେ କୌଣସି ସିଷ୍ଟମ ନାହିଁ । କିନ୍ତୁ ମୌସୁମୀ ନିମ୍ନ ଚାପ ରେଖା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଭିଜିବ ଉତ୍ତର ଉପକୂଳ ଓଡ଼ିଶା । ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ୧୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏବଂ ୧୨ ରୁ ବଦଳିପାରେ ପାଗ ।
ଅଧିକ ପଢନ୍ତୁ- ନିଅଣ୍ଟିଆ ବର୍ଷା ସ୍ଥିତି ଚିନ୍ତା ବଢ଼ାଇଲାଣି, ୨୩ ତାରିଖ ଯାଏଁ ବିଶେଷ ବର୍ଷା ନାହିଁ
ବର୍ଷା ଦିନରେ ଗରମ ଗୁଳୁଦୁଳି ଦାଉ ସାଜି । ମୌସୁମୀ ସକ୍ରିୟ ହେଲେ ବର୍ଷାର ଦେଖାନାହିଁ। ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଆଜି ଜୁଲାଇ ୯ ମଧ୍ୟରେ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି । ସେହିପରି ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦% ଅଧିକ ରହିଛି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିବା ବେଳେ ତାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% କମ ରହିଛି ।

ତେବେ ରାଜ୍ୟ ଉପରେ କୌଣସି ସ୍ୱତନ୍ତ୍ର ସିଷ୍ଟମ ନଥିବା ବେଳେ ବର୍ଷା ପକ୍ରିୟା କମ୍ ରହିଛି । ଯାହା ସିଧାସଳଖ ଚାଷୀ କୂଳକୁ ପ୍ରଭାବ ପକାଇଛି । ସେପଟେ ମୌସୁମୀ ନିମ୍ନ ଚାପ ରେଖା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି । ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ଅଧିକ ପଢନ୍ତୁ- ସୌସୁମୀ ବର୍ଷାରେ ବେହାଲ୍ ପାକିସ୍ତାନ; ୫୦ ମୃତ, ଅନ୍ଧାରରେ ବଡ଼ ବଡ଼ ସହର
ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଜୈସେଲମେରରୁ ବାହାରି , ଆଜମେର , ଶିବପୁରୀ,ସିଦ୍ଧି , ଡାଲଟାନଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବଦିଗରେ ମଣିପୁର ଯାଏଁ କିଛି ତଥା ବାୟୁମଣ୍ଡଳର ୧.୫କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ତେବେ୧୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ଏକ ଘୂର୍ଣ୍ଣିବଳୟ ଦେଖାଉଛି। ଏହା ପ୍ରଭାବରେ ୧୨ ଠାରୁ ରାଜ୍ୟର କେତେକ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଥିବା ପାଁଣିପାଗ ବିଶେଷଜ୍ଞ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ କେବେ ଚାଷୀ କୂଳକୁ ଭଲ ବର୍ଷା ମିଳିବ ତାହାକୁ ଅପେକ୍ଷା ।