ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି, ୭ ତାରିଖରେ ରାଜ୍ୟରେ ହାଲକା ବର୍ଷା ସମ୍ଭାବନା
4/03/2023 at 8:39 AM

ଭୁବନେଶ୍ୱର ୦୪/୦୩: ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ୭ ତାରିଖରେ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଶୁକ୍ରବାର ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୭.୮ଡିଗ୍ରୀ ଥିଲା । ମାଲକାନଗିରି, ନୟାଗଡ଼ ଓ ବୌଦ୍ଧରେ ୩୭.୫, ତାଳଚେରରେ ୩୭.୪, ଢେଙ୍କାନାଳ ଓ ଭଦ୍ରକରେ ୩୭.୨, ଫୁଲବାଣୀରେ ୩୫.୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।
Related Posts
କମିଲା ପଶ୍ଚିମାଝଡ଼ ପ୍ରଭାବ, ରବିବାରଠୁ ବଢିବ ତାତି
2 April 2023
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023