ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଭୁଷୁଡି ପଡ଼ିଲା ଲାଇଟ୍ ଗେଟ୍, ଦୁଇ ଅଟୋ କ୍ଷତିଗ୍ରସ୍ତ, ଚାଳକ ଆହତ

4/10/2022 at 5:10 PM

ଯାଜପୁର, ୦୪/୧୦: ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଅଘଟଣ । ଲଗାଣ ବର୍ଷା ପ୍ରଭାବରେ ଭୁଷୁଡି ପଡ଼ିଲା ଦୂର୍ଗାପୂଜା ପାଇଁ ହୋଇଥିବା ଲାଇଟ୍ ଗେଟ୍ । ଏଥିରେ ୨ଟି ଅଟୋ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସହରର ଗୋପବନ୍ଧୁ ଛକ ଓ ନହକା ଛକରେ ଘଟିଛି ଏହି ଅଘଟଣ। ଗେଟ୍ ଭୁଷୁଡି ପଡିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନା ମୁତାବକ ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି । ତେବେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ସହରର ଗୋପବନ୍ଧୁ ଛକ ଓ ନହକା ଛକରେ ଦୂର୍ଗାପୂଜା ପାଇଁ ହୋଇଥିବା ଲାଇଟ୍ ଗେଟ୍ ହଠାତ୍ ଭୁଷୁଡି ପଡ଼ିଥିଲା। ନହକା ଛକରେ କେହି ଆହତ ହୋଇନଥିବା ବେଳେ ଗୋପବନ୍ଧୁ ଛକରେ ଛିଡ଼ା ହୋଇଥିବା ୨ଟି ଅଟୋ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି। ବର୍ତ୍ତମାନ ରାସ୍ତା ଉପରେ ଲାଇଟ୍ ଗେଟ୍ ପଡ଼ି ରହିଥିବାରୁ ଯାତାୟତରେ ବାଧା ଉପୁଜିଛି।

   Related Posts