‘ଲାଲ୍ ସିଂ ଚଢା’କୁ ସପୋର୍ଟ କରି ଫସିଲେ ବିଜୟ, ରିଲିଜ୍ ପୂର୍ବରୁ ଦାବି ହେଲା #BoycottLiger
21/08/2022 at 11:50 AM

ମୁମ୍ବାଇ ୨୧।୦୮: ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ଲାଇଗର୍ ଆସନ୍ତା ସପ୍ତାହରେ ପ୍ରେକ୍ଷାଳୟକୁ ଆସିବ। ବିଜୟ ବର୍ତ୍ତମାନ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଇଭେଣ୍ଟରେ ଯୋଗଦେବା ଠାରୁ ସେ ସାମ୍ବାଦିକମାନଙ୍କୁ ଭେଟି ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନିକଟରେ ଅମୀର ଖାନଙ୍କ ଲାଲ ସିଂହ ଚଡ୍ଢାକୁ ବଏକଟ୍ କରିବାକୁ ଦାବି ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଫ୍ଲପ୍ ହେଲା। କେବଳ ଲାଲ ସିଂହ ଚଡ୍ଢା ନୁହେଁ, ଅନେକ ବଡ ଫିଲ୍ମକୁ ମଧ୍ୟ ଆଜିକାଲି ବଏକଟର ସାମ୍ନା କରିବାକୁ ପଡୁଛି। ବର୍ତ୍ତମାନ ଏହା ଉପରେ ବିଜୟଙ୍କ ପ୍ରତିକ୍ରିୟା ଆସିଛି।
ବିଜୟ ଦେବରାକୋଣ୍ଡାଙ୍କ ଲାଇଗର ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ। ଲାଇଗରର ରିଲିଜ୍ ପୂର୍ବରୁ ବିଜୟ ଅମୀରଙ୍କ ଫିଲ୍ମକୁ ସପୋର୍ଟ କରିଛନ୍ତି। ସେ କହିଛନ୍ତି, ବଏକଟ୍ ଟ୍ରେଣ୍ଡ ଇଣ୍ଡଷ୍ଟ୍ରିକୁ କ୍ଷତି ପହଞ୍ଚାଉଛି। ମୁଁ ଭାବୁଛି ଏକ ଫିଲ୍ମର ସେଟରେ ଅଭିନେତା, ନିର୍ଦ୍ଦେଶକ, ଅଭିନେତ୍ରୀଙ୍କ ବ୍ୟତୀତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଅଛନ୍ତି। ଦୁଇ ଶହରୁ ତିନି ଶହ କଳାକାର ଏକ ଫିଲ୍ମରେ କାମ କରନ୍ତି ଏବଂ ଆମ ସମସ୍ତଙ୍କର କର୍ମଚାରୀ ଅଛନ୍ତି, ତେଣୁ ଗୋଟିଏ ଫିଲ୍ମ ଅନେକ ଲୋକଙ୍କୁ ରୋଜଗାର ଦିଏ। ଅନେକ ଲୋକଙ୍କ ପାଇଁ ଜୀବନ ବଞ୍ଚିବାର ଏକ ମାଧ୍ୟମ ହୋଇଥାଏ।
ବିଜୟ ଆହୁରି କହିଛନ୍ତି, ‘ଯେତେବେଳେ ଅମୀର ଖାନ ସାର୍ ଲାଲ ସିଂହ ଚଡ୍ଢା ତିଆରି କରନ୍ତି, ସେତେବେଳେ ତାଙ୍କ ନାମ ଫିଲ୍ମରେ ଷ୍ଟାର ରୂପେ ଦେଖାଯାଏ, କିନ୍ତୁ ସେହି ଫିଲ୍ମ ସହିତ ଦୁଇ ହଜାରରୁ ତିନି ହଜାର ପରିବାର ଜଡିତ। ଯେତେବେଳେ ଆପଣ ଏକ ଫିଲ୍ମକୁ ବଏକଟ୍ କରନ୍ତି, ଆପଣ କେବଳ ଆମୀରଙ୍କ ପାଇଁ କୌଣସି ପରିବର୍ତ୍ତନ କରନ୍ତି ନାହିଁ, ଆପଣ ହଜାର ହଜାର ପରିବାରକୁ ପ୍ରଭାବିତ କରନ୍ତି, ଯେଉଁମାନେ ରୋଜଗାରର ମାଧ୍ୟମ ହରାନ୍ତି।‘
ବିଜୟ ଆହୁରି କହିଛନ୍ତି, ‘ଅମୀର ସାର୍ ଯିଏକି ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରନ୍ତି। ମୁଁ ଜାଣେ ନାହିଁ କାହିଁକି ବଏକଟ୍ କରାଯାଉଛି କିନ୍ତୁ ଯାହା ବି ଭୁଲ ବୁଝାମଣା ହେଉଛି ଦୟାକରି ବୁଝନ୍ତୁ ଯେ ଆପଣ ଆମୀର ଖାନଙ୍କୁ ନୁହେଁ ବରଂ ଅର୍ଥନୀତିକୁ ପ୍ରଭାବିତ କରୁଛନ୍ତି।’