ଲାଇଗରରେ କାମ କରିବା ପଡ଼ିଲା ମହଙ୍ଗା ! ବିଜୟ ଦେବୋରକୋଣ୍ଡାଙ୍କୁ ଇଡି ସମନ

Published By : Prameya-News7 Bureau | November 30, 2022 IST

ହାଇଦ୍ରାବାଦ୍, ୩୦/୧୧: ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଇଡିର ସମନ। ବିଜୟଙ୍କୁ ଆଜି ସକାଳ ୮.୩୦ ରୁ ଇଡି ପଚରା ଉଚାର କରୁଛି। ପୂର୍ବରୁ ନଭେମ୍ବର ୧୭ ଲାଇଗର ପ୍ରଡ୍ୟୁସର ଚାର୍ମି କୌରଙ୍କୁ ମଧ୍ୟ ଇଡି ପଚାର ଉଚରା କରିଥିଲା। ବିଜୟଙ୍କ ଫିଲ୍ମ ଲାଇଗରରେ ବିଦେଶୀ ପୁଞ୍ଜି ବ୍ୟବହାର ହୋଇଥିବା ଅଭିଯୋଗରେ ଇଡି ଜେରା କରିଛି।

ସୂଚନାଯୋଗ୍ୟ,  ଲାଇଗର ଫିଲ୍ମ ମାଧ୍ୟମରେ ସାଉଥ୍‌ ଆକ୍ଟର ବିଜୟ ଦେବୋରକୋଣ୍ଡା ହିନ୍ଦି ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବଜେଟ୍ ୧୦୦ କୋଟି ରହିଥିଲା। ଫିଲ୍ମରେ ଆମେରିକାନ୍ କିମ୍ବଦନ୍ତୀ ବକ୍ସିଂ ମାଇକ୍ ଟାଇସନ ମଧ୍ୟ ନଜର ଆସିଥିଲେ। ଅବଶ୍ୟ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦାର୍ଶନ କରିପାରିନଥିଲା। ଫିଲ୍ମ ୨୫ ଅଗଷ୍ଟରେ ରିଲିଜ୍‌ ହୋଇଥିଲା।

ଫିଲ୍ମରେ ବିଜୟଙ୍କ ଦେବରକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ଏବଂ ରାମ୍ୟା କୃଷ୍ଣନ ଭଳି ପ୍ରମୁଖ ତାରକାଙ୍କୁ ମଧ୍ୟ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.