ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ ଲିଗ୍ ମୁକାବିଲା, ତିନୋଟି ପର୍ଯ୍ୟାୟରେ ଖେଳାଯିବ ମ୍ୟାଚ୍

26/09/2022 at 8:21 AM

ଭୁବନେଶ୍ୱର ୨୬/୦୯: ଆଜିଠାରୁ ବାରବାଟୀରେ ଖେଳାଯିବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ। ଏଥିପାଇଁ ବାରବାଟୀ ପ୍ରସ୍ତୁତ ହୋଇଥିବା ବେଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି ୨ଟି ଟିମ୍ । ଲିଜେଣ୍ଡସ୍ ଲିଗ କ୍ରିକେଟର ୨ଟି ଟିମ୍ ଭିଲୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ପୁରୁଖା ଖେଳାଳି ଇରଫାନ ପଠାନ, ୟୁସୁଫ ପଠାନ, ଏସ୍ . ଶ୍ରୀସନ୍ଥ, ସେନ୍ ଓ୍ୱାଟସନ, ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୁଥୟା ମୂରଲୀଧରନଙ୍କ ପରି ଖେଳାଳି ଓଡ଼ିଶା ଆସିଛନ୍ତି । ବାରବାଟୀରେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଆଜି ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜରାଟ ଜ୍ୟାଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଖେଳାଯିବ ।

ସେହିପରି ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅକ୍ଟୋବର ୫ରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍ ଟି-ଟ୍ବେଣ୍ଟି ଫାଇନାଲ୍ ମ୍ୟାଚ ଖେଳାଯିବ। .

   Related Posts