ହତ୍ୟାକାରୀ ବୋହୁକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | November 27, 2019 IST

ସୁନ୍ଦରଗଡ଼ ୨୭/୧୧: ହତ୍ୟାକାରୀ ବୋହୂକୁ ଆଜୀବନ ଦଣ୍ଡାଦେଶ ହୋଇଛି। ଦଣ୍ଡାଦେଶ ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲା ଦୌରା ଜଜ।  ୧୧ ଜଣ ସାକ୍ଷୀ ପ୍ରମାଣ ସରକାରୀ ଓକିଲଙ୍କ  ଯୁକ୍ତି ଉପସ୍ଥାପିତ ପରେ ଅଭିଯୁକ୍ତକୁ ଦିଆଯାଇଛି ଦଣ୍ଡାଦେଶ।

{"id":190786,"sizeSlug":"large"}

୨୦୧୬ ମସିହା ଡିସେମ୍ବର ୩ ତାରିଖରେ ହାତିବାରି ଥାନା କରଞ୍ଜିଆ ଗାଁରେ ଘଟିଥିଲା ହତ୍ୟାକାଣ୍ଡ । ଘରକୁ କୁଣିଆ ଆସିଥିବାବେଳେ ଶାଶୁ ବେଲୋନିକ ହାସଦା ବୋହୁ ଏଲାନି ହାସଦକୁ ଅଣ୍ଡା ତରକାରୀ ରାନ୍ଧିବା ପାଇଁ କହିଥିଲେ । ଏଥିରେ ବୋହୁ ଏଲାନି ହାସଦା ରାଗିଯାଇ ଘରେ ଥିବା କୁରାଢ଼ୀରେ ଶାଶୁଙ୍କ ମୁଣ୍ଡକୁ ହାଣି ହତ୍ୟା କରିଥିଲେ । ହାତୀବାରୀ ପୋଲିସ ହତ୍ୟା ମାମଲା ରୁଜୁ କରି ବୋହୁ ଏଲାନି ହାସଦାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହତ୍ୟା କାରୀ ଏଲାନି ହାସଦା କହିଛି ଯେ ସେ ହତ୍ୟାକରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.