oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରେଳବାଇ ତିଆରି କରିଛି ବିଶ୍ୱର ପ୍ରଥମ ଲାଇଫଲାଇନ୍ ଏକ୍ସପ୍ରେସ୍, ରହିଛି ଅପରେସନ ଥିଏଟର ସହ ଅତ୍ୟାଧୁନିକ ଚିକିତ୍ସା ସୁବିଧା

3/01/2021 at 3:16 PM

ନୂଆଦିଲ୍ଲୀ,୦୩/୦୧: ଭାରତୀୟ ରେଳବାଇ ଅନେକ କୀର୍ତ୍ତିମାନ ପ୍ରତିଷ୍ଠା କରିଛି । ଏବେ ରେଳବାଇ ଏପରି କିଛି କରିଛି ଯାହା ବିଶ୍ୱରେ ପ୍ରଥମ । ରେଳ ମନ୍ତ୍ରାଳୟ ଅନୁସାରେ, ବିଶ୍ୱର ପ୍ରଥମ ହସ୍ପିଟାଲ ଟ୍ରେନ୍ ତିଆରି କରି ରେକର୍ଡ କରିଛି ଭାରତ ।

ରେଳବାଇ ଅନୁସାରେ,  ଏହି ହସ୍ପିଟାଲ ଟ୍ରେନକୁ ଲାଇଫଲାଇନ୍ ଏକ୍ସପ୍ରେସ୍ ନାଁ ଦିଆଯାଇଛି । ଏହି ଟ୍ରେନରେ ହସ୍ପିଟାଲ ଭଳି ସୁବିଧା ରହିଛି । ଟ୍ୱିଟର ଜରିଆରେ ରେଳମନ୍ତ୍ରାଳୟ ପକ୍ଷରୁ ଏହାର ଫଟୋ ସେୟାର କରାଯାଇଛି ।

ଲାଇଫଲାଇନ୍ ଏକ୍ସପ୍ରେସ ଆସାମର ବଦରପୁର ଷ୍ଟେସନରେ ରହିଛି । ଏହି ହସ୍ପିଟାଲ ଟ୍ରେନରେ ଅତ୍ୟାଧୂନିକ ପ୍ରଯୁକ୍ତିବିଦ୍ୟା ଓ ଡାକ୍ତରଙ୍କ ଟିମ୍ ରହିଛି । ଏହାସହ ୨ଟି ଅତ୍ୟାଧୂନିକ ଅପରେସନ ଥିଏଟର ଓ ୫ ଅପରେସନ ଟେବୁଲ ସହ ଅନ୍ୟାନ୍ୟ ସୁବିଧାସୁଯୋଗ ରହିଛି ।

ଏହି ଲାଇଫଲାଇନ୍ ଏକ୍ସପ୍ରେସରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ରେଳବାଇ ସେୟାର କରିଥିବା ଫଟୋରୁ ହିଁ ଟ୍ରେନର ସୁବିଧାସୁଯୋଗ ବାବଦରେ ଜାଣି ହେଉଛି ।

   Related Posts