ପୁରୀ ୨୪।୧୦ : ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ପର୍ଯ୍ୟଟକ । ତେବେ ଠିକଣା ସମୟରେ ସମୁଦ୍ର ଭିତରକୁ ଯାଇ ବୁଡିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ।ଉଦ୍ଧାର ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ପୁରୀ ସଦର ଚାରିନଳାରେ ଅରବିନ୍ଦ ମଲ୍ଲିକ ।
{"id":860942,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2023/10/vlcsnap-2023-10-24-14h05m16s161.png)
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୁଦ୍ରକୂଳର ସେକ୍ଟର ୬ ଓ ୭ରେ ଅରବିନ୍ଦ ଗାଧୋଉଥିବା ସମୟରେ ରିପ୍ କରେଣ୍ଟରେ ପଡି ସମୁଦ୍ର ଭିତରକୁ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ ଚିତ୍କାର କରିବାରୁ ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅରବିନ୍ଦଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ନେଇ କୌଣସି ସାଇନ ବୋର୍ଡ ଲଗାଯାଇନଥିବାରୁ ପ୍ରତିଦିନ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
wp:embed {"url":"https://www.prameyanews7.com/secrets-to-a-longer-life-107-year-old-edna-walmsley-talk-about-secret-to-her-long-life-what-is-the-secret-to-live-100-years/","type":"wp-embed","providerNameSlug":"prameya-news-7"}