ବଧୂହତ୍ୟା ମାମଲାରେ ସ୍ୱାମୀ ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ
21/03/2023 at 12:08 AM

ଯାଜପୁର ରୋଡ ୨୦/୦୩: ଗତ ୨୦୧୯ ମସିହାରେ କୋରାଇ ଥାନା ଜଳନ୍ଦା ଗ୍ରାମରେ ଘଟିଥିବା ଏକ ବଧୂହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀ ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଛି। ଏହା ସହିତ ସେମାନଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଦୁଇ ଅପରାଧିଙ୍କ ପରିଚୟ ସ୍ୱାମୀ ସୁରେଶ ସାହୁ ଓ ଶାଶୁ ଚଞ୍ଚଳା ସାହୁ। ଯାଜପୁର ରୋଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏହି ହତ୍ୟାମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି।
ଖବର ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର ବିଳାସ ଚନ୍ଦ୍ର ଦାସଙ୍କ ଝିଅ ଲିପ୍ସିତା ଦାସ କୋରାଇ ଥାନା ଜଳନ୍ଦା ଗ୍ରାମର ସୁରେଶ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ଗତ ୨୦୧୯ ଅକ୍ଟୋବର ୨୩ ରେ ଲିପ୍ସିତାଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ପୋଡ଼ି ମାରି ଦେଇଥିଲେ ବୋୱି କୋରାଇ ଥାନାରେ ଅଭିଯୋଗ ହୋଇଥିଲା। ଫଳରେ ଏଥିରେ ସମ୍ପୃକ୍ତ ଥିବା ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବ ସୋମବାର ଏହି ମାମଲାର ଶୁଣାଣି କରି ଉଭୟ ସ୍ୱାମୀ ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତ।