ପ୍ରତ୍ୟେକ କାଶ୍ମୀରବାସୀଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ, କାଶ୍ମୀର ଯୁବକଙ୍କୁ ଦିଆଯିବ ୫୦,୦୦୦ ସରକାରୀ ଚାକିରି - ଜାମ୍ମୁ -କାଶ୍ମୀର ରାଜ୍ୟପାଳ

Published By : Prameya-News7 Bureau | August 28, 2019 IST

ଶ୍ରୀନଗର - ଆସନ୍ତା କିଛି ଦିନ ମଧ୍ୟରେ ୫୦ ହଜାର କାଶ୍ମୀର ଯୁବକଙ୍କୁ ସରକାରୀ ଚାକିରି ପ୍ରଦାନ ଯିବ ବୋଲି ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ସତ୍ୟାପାଲ ମଲ୍ଲିକ କହିଛନ୍ତି । ରାଜ୍ୟ ପାଇଁ ଅନେକ ବିକାଶମୁଖୀ ଯୋଜନା କରାଯାଇଛି । ଏଥିରେ ଅନେକ କାଶ୍ମୀର ଯୁବକ ସରକାରୀ ଚାକିରି ପାଇବେ ବୋଲି ସେ ସୂଚନା ଦେଇଛନ୍ତି ।

ସେ କାଶ୍ମୀରର ଯୁବକମାନଙ୍କୁ ଏହି ସବୁ ଚାକିରି ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ରାଜ୍ୟର ଇତିହାସର ଗୋଟିଏ ଥରରେ ହେବାକୁ ଥିବା ସବୁଠାରୁ ବଡ ନିଯୁକ୍ତି ପ୍ରକ୍ରିୟା ହେବ ବୋଲେ ରାଜ୍ୟପାଳ ମଲ୍ଲିକ ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ-କାଶ୍ମୀର ପାଇଁ ଅନେକ ବଡ ଯୋଜନା କରାଯାଇଛି। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଅନେକ ବିକାଶ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀର ବାସିନ୍ଦା ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ବୋଲି ସେ ପ୍ରକାଶ କରିଛନ୍ତି ।

ଏ ପର୍ଯ୍ୟନ୍ତ କେହି ବି ମୃତାହତ ହୋଇ ନାହାନ୍ତି ଏହା ସରକାରଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି ବୋଲି ସେ ସୂଚନା ଦେଇଛନ୍ତି । ଏବେ ପେଲେଟ୍‌ ଗନ୍‌ ବ୍ୟବହାର କରାଯାଉଥିବା କଥା ସେ ସ୍ୱୀକାର କରିଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଅତି ସତର୍କତାର ସହ କାମ କରାଯାଉଥିବା କଥା ସେ ପ୍ରକାଶ କରିଛନ୍ତି ।

ପ୍ରତ୍ୟେକ କାଶ୍ମୀରବାସୀଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ସେ ସୂଚନା ଦେଇଛନ୍ତି । ଆମେ ଜଣଙ୍କର ବି ଜୀବନହାନୀ ଚାହୁଁ ନାହୁଁ ବୋଲି ସେ ପ୍ରକାଶ କରିଛନ୍ତି ।
କେନ୍ଦ୍ର ଖୁବ ଶୀଘ୍ର କାଶ୍ମୀର ବିଷୟରେ ଏକ ବଡ ଘୋଷଣା କରିବେ ବୋଲି ସେ ପ୍ରକାଶ କରିଛନ୍ତ । ରାଜନେତମାନଙ୍କୁ ନଜରବନ୍ଦ କରାଯାଇଥିବା ବିଷୟରେ ଦୁଃଖ କରିବାର କିଛି ନାହିଁ , ଏହା ତାଙ୍କର ରାଜନୈତିକ ଜୀବନ ପାଇଁ ଭଲ ହେବ ବୋଲି ସତ୍ୟାପାଲ ମଲ୍ଲିକ ସୂଚନା ଦେଇଛନ୍ତି ।

ରାଜ୍ୟରେ ସ୍ୱାସ୍ଥ୍ୟ ସେବା ମିଳୁନଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.