ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମ ସମେତ ଅନ୍ୟ ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | January 17, 2019 IST

ପଞ୍ଚକୁଲା ୧୭/୧ : ଡେରା ସଚ୍ଚା ସଉଦା ରାମ ରହିମକୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଶୁଣାଇଛନ୍ତି ପଞ୍ଚକୁଲାର ସିବିଆଇ କୋର୍ଟ | ସାମ୍ବାଦିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମ ରହିମ | ତାଙ୍କ ସମେତ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ପଞ୍ଚକୁଲା ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି | କୋର୍ଟରେ ତର୍କ ବିତର୍କ ଶେଷ ହେବା ପରେ ବିଚାରପତି ଜଗଦୀପ ସିଂ ସନ୍ଧ୍ୟା ପ୍ରାୟ ୬ଟା ୨୫ ବେଳେ ଦଣ୍ଡ ଘୋଷଣା କରିଥିଲେ | ୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ |

{"id":75085}

ଏହାପୂର୍ବରୁ ପ୍ରତିପକ୍ଷ ସିଓକିଲ ଏବଂ ବିଆଇ ଓକିଲଙ୍କ ମଧ୍ୟରେ ଦଣ୍ଡ ବିଧାନକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ | ସିବିଆଇ ଓକିଲ ରାମ ରହିମକୁ ଫାଶୀ ଦଣ୍ଡ ଶୁଣାଇବା ପାଇଁ ଦାବି କରିଥିଲେ | କିନ୍ତୁ ପ୍ରତିପକ୍ଷ ଓକିଲ ରାମ ରହିମ ପାଇଁ ଦୟା ଭିକ୍ଷା କରିଥିଲେ | ଶୁଣାଣି ବେଳେ ଅଭିଯୁକ୍ତ ରାମ ରହିମ ଭିଡିଓ କନଫରେନସିଂରେ ହାତ ଯୋଡି ଛିଡା ହୋଇଥିଲା | ଶୁଣାଣି ବେଳେ ରାମଚନ୍ଦ୍ର ଛତ୍ରପତିଙ୍କ ପରିବାର ଲୋକେ କୋର୍ଟରେ ଉପସ୍ଥିତ ଥିଲେ | ସେମାନେ ଅନୁକମ୍ପା ରାଶି ଦାବି କରିଥିଲେ | ସରକାରଙ୍କ ପକ୍ଷରୁ ରାମ ରହିମକୁ ଦିଆଯାଇଥିବା ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ରାଶି ମଧ୍ୟ କୋର୍ଟରେ ଦାବି କରାଯାଇଥିଲା |

{"id":75086}

ସିବିଆଇ ଓକିଲ ନିଜର ବିଶେଷ ଦଲିଲରେ ରାମ ରହିମକୁ ଫାଶୀ ଦଣ୍ଡ ଦିଆଯିବ ଦରକାର ବୋଲି ଦାବି କରିଥିଲେ | ଅପରପକ୍ଷରେ ପ୍ରତିପକ୍ଷ ଓକିଲ ରାମ ରହିମକୁ ଅତି କମ ଦଣ୍ଡ ବିଧାନ କରିବା ପାଇଁ ନିବେଦନ କରିଥିଲେ | ରାମ ରହିମ ସମେତ ଦଣ୍ଡ ବିଧାନ ହୋଇଥିବା ଅନ୍ୟ ୩ଜଣ ହେଲେ ନିର୍ମଳ, କୁଲଦୀପ ଏବଂ କୃଷ୍ଣଲାଲ | 

{"id":75087}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.