ନୟାଗଡ଼ ୨୪।୦୨ : ମଦନ ନାୟକଙ୍କୁ ହତ୍ୟା ମାମଲା । ୧୨ ବର୍ଷ ପରେ କୋର୍ଟ ଶୁଣାଇଲେ ରାୟ । ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ । ୨୦୦୨ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା କେଶପାନିଆରେ ହୋଇଥିଲା ହତ୍ୟାକାଣ୍ଡ ।
ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଦନ ନାୟକଙ୍କୁ ହତ୍ୟା କରାଯାଇଥିଲା । ୨୦୦୨ ମସିହାରେ ନୟାଗଡ଼ ଶରଣକୂଳ ଥାନା କେଶପାନିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଶେଷରେ ତଦନ୍ତ କରି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଆଉ ଏବେ ଦୀର୍ଘ ୧୨ ବର୍ଷ ପରେ ଓଡଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ ରାୟ ଶୁଣାଇଛନ୍ତି । ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।
wp:embed {"url":"https://www.prameyanews7.com/5t-chairman-v-k-pandian-visits-puri-srimandir/","type":"wp-embed","providerNameSlug":"prameya-news-7"}