scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନାବାଳିକାକୁ ଗଣଦୁଷ୍କର୍ମ ଘଟଣା : ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ସହ ୫୦ ହଜାର ଜରିମାନା

29/11/2023 at 2:59 PM

କେନ୍ଦୁଝର ୨୯।୧୧ : ୩ ଗଣଦୁଷ୍କର୍ମୀଙ୍କୁ ଆଜୀବନ କାରାଦଣ୍ଡ। କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି । ଏଡିଜେ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହା ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ହେବ। ତେବେ ପୀଡ଼ିତାଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ, ଗତ ୨୦୨୨ ମାର୍ଚ୍ଚ ୫ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକା ସାନ ଭାଇ ସହ ଜାଗର ମେଳା ଦେଖିବାକୁ ଆସି ଦୋଳି ଖେଳୁଥିଲେ। ଏହି ସମୟରେ ରଞ୍ଜିତ ମହାନ୍ତି, ରବିନ୍ଦ୍ର ନାଏକ, ଓ ଶୁନୀଲ ବେହେରା ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏପିରିକି ଘଟଣା ପ୍ରଘଟ କଲେ ହତ୍ୟା ଧମକ ଦେଇ ଚାଲି ଯାଇଥିଲେ । ତେବେ ଏହି କେଶ୍‌ରେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି ।

   Related Posts