୧୨ବର୍ଷର ଶିଶୁକୁ ଦୁଷ୍କର୍ମ ଉଦ୍ୟମ ସହ ତଣ୍ଟି ଚିପି ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଲେ ସ୍ୱତନ୍ତ୍ର ଅଦାଲତ

Published By : Prameya-News7 Bureau | August 08, 2022 IST

ଢେଙ୍କାନାଳ, ୦୮।୦୮: ଘରେ କେହିନଥିବା ବେଳେ ଜଣେ ୧୨ବର୍ଷର ଶିଶୁକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ତଣ୍ଟି ଚିପି ହତ୍ୟା କରିଥିଲା । ଘଟଣାକୁ ଭିନ୍ନ ମୋଡ଼ ଦେବାପାଇଁ ମୃତ ଶିଶୁ ବେକରେ ଲୁଗା ଲଗାଇ ଘର କଡ଼ିରେ ଟାଙ୍ଗି ଦେଇ ପଳାଇ ଥିଲା ଅଭିଯୁକ୍ତ । ଢେଙ୍କାନାଲ ଜିଲ୍ଲା ମୋଟଙ୍ଗା ଥାନା ଅଂଚଳରେ ଗତ ୨୦୨୦ମସିହା ଅକ୍ଟୋବର ୨୭ତାରିଖରେ ଘଟିଥିବା ଏହି ସଙ୍ଗୀନ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସ୍ୱତନ୍ତ୍ର ଅଦାଲତ ମାମଲାର ଶୁଣାଣି କରି ଅଭିଯୁକ୍ତ ଜଗନ ଜେନାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଗନକୁ ଆଜୀବନ କାରାଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଅଦାଲତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.