ପାତ୍ନୀ ହନ୍ତା ସ୍ଵାମୀକୁ ଆଜୀବନ ଜେଲ୍, ଖାଇବା ଦେବାରେ ଡେରି ହେବାରୁ କରିଥିଲା ହତ୍ୟା
6/12/2022 at 9:27 PM

କେନ୍ଦୁଝର, ୦୬।୧୨: କେନ୍ଦୁଝରରେ ପାତ୍ନୀ ହନ୍ତା ସ୍ଵାମୀକୁ ଆଜୀବନ ଜେଲ୍ । ଏଥିସହ ୫୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସୂଚନା ଥାଉକି ୬/୧୨/ ୨୦୧୮ ରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସେଦିନ ରାତି ଆଠଟା ସମୟରେ ପାଟଣା ଥାନା ଖୁଣ୍ଟିବେଡ଼ା ଗ୍ରାମର ସୁକାରମ ଲାହାର ଓ ତାଙ୍କ ସ୍ତ୍ରୀ କୁନୀ ଲୋହାରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଖାଇବା ଦେବାରେ ସାମାନ୍ୟ ଡେରି ହେବାରୁ ଝଗଡ଼ା ହେବା ସହ ସୁକୁରାମ ଏକ ଷ୍ଟିଲ ପାଇପରେ ପିଟି ପିଟି ସ୍ତ୍ରୀ କୁନିକୁ ହତ୍ୟା କରିଥିଲା । ଏହି କେଶର ବିଚାର କରି ୧୨ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଜିଲ୍ଲା ଦୌରା ଜଜ୍ ଚିତ୍ତରଞ୍ଜନ ମହାପାତ୍ର ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023