ଆସିକାରେ ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି

Published By : Prameya-News7 Bureau | October 14, 2018 IST

ଗଂଜାମ ୧୪/୧୦ : ତିତିଲର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ପ୍ରଥମେ ବାତ୍ୟା ଓ ପରେ ବନ୍ୟା ଯୋଗୁ ଲୋକଙ୍କ ସ୍ଥିତି ବେହାଲ୍ ହୋଇଛି । ତେବେ ଆସ୍ତେ ଆସ୍ତେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ଆସିକା, ଛତ୍ରପୁର, ଗଞ୍ଜାମ, ଚିକିଟି, ପାତ୍ରପୁର, ଭଞ୍ଜନଗର, ଦିଗପହଣ୍ଡି, ସାନଖେମୁଣ୍ଡି, ପୁରୁଷୋତ୍ତମପୁର ଆଦି ଅଞ୍ଚଳରୁ ପାଣି କମିବାରେ ଲାଗିଛି । ପାଗ ଶୁଖିଲା ରହିଛି। ଗାଆଁ ଓ ବିଭିନ୍ନ ରାସ୍ତାରୁ ପାଣି ଛାଡିଯାଇଛି। ପାଣି ଛାଡିଯିବା ପରେ ନିଜ ନିଜ ଘରକୁ ସଫା ସୁତରା କରୁଛନ୍ତି ସାଧାରଣ ଲୋକେ। ବଜାର ଖୋଲା ରହିଛି। ସେପଟେ ସ୍ଥିତିରେ ସୁଧାର ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.