ପ୍ରିୟ ପ୍ରଧାନମନ୍ତ୍ରୀ ଯଦି ତୁମେ ମୋର ସ୍ବର ଶୁଣୁ ନାହଁ, ଦୟାକରି ମୋତେ ସମ୍ମାନ ଦିଅ ନାହିଁ, କାହିକିଁ ମୋଦିଙ୍କୁ ଏମିତି କହିଲେ ୮ବର୍ଷର ବାଳିକା ?

Published By : Prameya-News7 Bureau | March 08, 2020 IST

ନୂଆଦିଳ୍ଲୀ ୦୮।୦୩ : ମାର୍ଚ୍ଚ ୮ ତାରିଖ ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ। ଆଜିର ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ମହିଳାମାନଙ୍କୁ ସମର୍ପିତ କରିବାକୁ ଘୋଷଣା କରିଛନ୍ତି । ଦେଶରେ  ଯେଉଁ ମହିଳାମାନଙ୍କଠାରୁ ସେ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ସମର୍ପିତ କରିବେ  । ତେବେ ଜଳବାୟୁ କର୍ମକର୍ତ୍ତା ଲିସିପ୍ରିୟା କାଙ୍ଗଜୁମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସମ୍ମାନ ନେବାକୁ ମନା କରି ଦେଇଛନ୍ତି।

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତା ଲିସିପ୍ରିୟା କାଙ୍ଗୁଜୁମଙ୍କ ବୟସ ମାତ୍ର ୮ ବର୍ଷ। ସରକାର ଲିସିପ୍ରିୟା କାଙ୍ଗୁଜୁମ ଏକ ପ୍ରେରଣା ବୋଲି ଘୋଷଣା କରିଛନ୍ତି , ଯଦିଓ ଲିସିପ୍ରିଆ ଏହି ସମ୍ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଯଦି ତୁମେ ମୋର ସ୍ବର ଶୁଣୁ ନାହଁ, ଦୟାକରି ମୋତେ ସମ୍ମାନ ଦିଅ ନାହିଁ ।

wp:core-embed/twitter {"url":"https://twitter.com/LicypriyaK/status/1235921597552189442","type":"rich","providerNameSlug":"twitter","className":""}
https://twitter.com/LicypriyaK/status/1235921597552189442
/wp:core-embed/twitter

@MyGovIndia ର ଟ୍ୱିଟର ହ୍ୟାଣ୍ଡେଲ ଲିସିପ୍ରିୟା କାଙ୍ଗୁଜାମ ସହିତ ଜଡିତ ଏକ ଟୁଇଟ୍ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ, ଲିସିପ୍ରିୟା କାଙ୍ଗଜୁଜାମ ମଣିପୁରର ଶିଶୁ ପରିବେଶ କର୍ମକର୍ତ୍ତା । ୨୦୧୯ ରେ ତାଙ୍କୁ ଡକ୍ଟର ଏପିଜେ ଅବଦୁଲ କଲାମ ଶିଶୁ ପୁରସ୍କାର, ବିଶ୍ୱ ଶିଶୁ ଶାନ୍ତି ପୁରସ୍କାର ଏବଂ ଭାରତ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

{"id":234792,"sizeSlug":"large"}

ଲିସିପ୍ରିୟା କାଙ୍ଗଜୁଜାମ ଏଥିରେ ଉତ୍ତର ଦେଇ କହିଛନ୍ତି ଯେ, ‘ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯଦି ତୁମେ ମୋର ସ୍ୱର ଶୁଣୁ ନାହଁ, ଦୟାକରି ମୋତେ ସମ୍ମାନ ଦିଅ ନାହିଁ। ଦେଶର ପ୍ରେରଣାଦାୟୀ ମହିଳାମାନଙ୍କ ମଧ୍ୟରେ ମୋତେ ବାଛିବା ପାଇଁ ତୁମର ପଦକ୍ଷେପ #SheInspiresUs ପାଇଁ ଧନ୍ୟବାଦ। ଅନେକ ଥର ଚିନ୍ତା କରିବା ପରେ, ମୁଁ ଏହି ସମ୍ମାନକୁ ପ୍ରତ୍ୟାଖ୍ୟାନ କଲି। ଜୟ ହିନ୍ଦ!

{"id":234793,"width":571,"height":427,"sizeSlug":"large"}

ସୂଚନାଯୋଗ୍ୟ ଯେ, ଲିସିପ୍ରିଆ କଙ୍ଗୁଜାମ ପରିବେଶ ପ୍ରସଙ୍ଗରେ ବହୁତ ସକ୍ରିୟ । ଦୀର୍ଘ ଦିନ ଧରି ଜଳବାୟୁ ପରିବର୍ତ୍ତନ ଉପରେ ଆଇନ ପ୍ରଣୟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସଂସଦକୁ ଲିସିପ୍ରିଆ ଦାବି କରିଆସୁଛନ୍ତି। ଯଦିଓ ସେମାନଙ୍କ କଥା ଶୁଣାଯାଉ ନାହିଁ, ଏଥିପାଇଁ ସେମାନେ ସରକାରଙ୍କ ଉପରେ ମଧ୍ୟ ରାଗିଛନ୍ତି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମାର୍ଚ୍ଚ ୮ ତାରିଖରେ ମହିଳା ଦିବସରେ ସେ ମହିଳାମାନଙ୍କୁ ପରିଚାଳନା କରିବା ପାଇଁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସମର୍ପିତ କରିବେ, ଯାହାର ଜୀବନ ଏବଂ କାର୍ଯ୍ୟ ଆମକୁ ପ୍ରେରଣା ଯୋଗାଇଥାଏ। ଏହା ସେମାନଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରିବ । ଏହା ଅଧୀନରେ ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ପ୍ରେରଣାଦାୟକ ବିଷୟରେ କହିବା ପାଇଁ #SheInspiresUs ହ୍ୟାସଟ୍ୟାଗ୍ ବ୍ୟବହାର କରିଥିଲେ।  ତେବେ ଲିସିପ୍ରିୟା କାଙ୍ଗୁଜୁମ୍ ଏହି ସମ୍ମାନ ନେବାକୁ ମନା କରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.