ମହାରାଷ୍ଟ୍ରରେ ୬ କଫ୍ ସିରପ୍ କମ୍ପାନୀର ଲାଇସେନ୍ସ ରଦ୍ଦ, ଆଉ ୪ କରିପାରିବେନି ଉତ୍ପାଦନ
4/03/2023 at 4:17 PM

ନୂଆଦିଲ୍ଳୀ, ୦୪/୦୩: ନିୟମ ଉଲ୍ଲଘଂନ ଅଭିଯୋଗରେ ମହରାଷ୍ଟ୍ରର ୬ କଫ୍ ସିରପ୍ ପ୍ରସ୍ତୁତକାରୀ କମ୍ପାନୀର ଲାଇସେନ୍ସ ରଦ୍ଧ କରାଯାଇଛି। ଏନେଇ ରାଜ୍ୟ ସରକାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଭାରତୀୟ ଜନତା ପାର୍ଟୀ (ବିଜେପି) ବିଧାୟକ ଆଶୀଷ ସୈଲାରଙ୍କ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୋଡ଼ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ରାଠୋଡ଼ କହିଥିଲେ ଯେ ମହାରାଷ୍ଟ୍ର ସରକାର ରାଜ୍ୟରେ କଫ୍ ସିରପର ୧୦୮ ନିର୍ମାତାଙ୍କ ମଧ୍ୟରୁ ୮୪ଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଥିଲା। ଏଥିରୁ ୪ କମ୍ପାନୀ ଙ୍କୁ ଉତ୍ପାଦନ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେତେବେଳେକି ୬ କମ୍ପାନୀଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଛି। ସେ କହିଛନ୍ତି ଯେ ୧୭ କମ୍ପାନୀଙ୍କୁ ନିୟମ ଉଲ୍ଲଘଂନ ପାଇଁ ‘କାରଣ ଦର୍ଶାଅ’ ନୋଟିସ୍ ପଠାଇଥିଲେ। ସୈଲାର ଭାରତରୁ ଆମଦାନୀ କଫ୍ ସିରପ ଖାଇବା ଯୋଗୁଁ ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ କହିଥିଲେ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ନୋଏଡା ସ୍ଥିତ ଏକ କମ୍ପାନୀରେ ତିଆରି କପ୍ ସିରପ ପିଇବା ଫଳରେ ଗତ ବର୍ଷ ଉଜେବକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ନୋଏଡା ଫେଜ୍ ୩ ପୋଲିସ ଶୁକ୍ରବାର ୩ ଅଧିକାରୀଙ୍କୁ ଗିରଫ କରିଥିଲା। କୁହାଯାଉଛି ଏହି କର୍ମଚାରୀ କମ୍ପାନୀରେ ନକଲି ଔଷଧ ତିଆରି କରି ଯୋଗାଣ କରିଥିଲେ। ଏବେ କମ୍ପାନୀର ଦୁଇ ଡାଇରେକ୍ଟର ଫେରାର ଅଛନ୍ତି।
ଏହି ସିରପ ନୋଏଡା ସେକ୍ଟର ୬୭ ସ୍ଥିତ ମ୍ୟାରିୟନ ବାୟୋଟେକ୍ ଲିମିଟେଡ ଦ୍ବାରା ତିଆରି କରାଯାଇଥିଲା। ଲାବ୍ରେ ଏହାର ଯାଞ୍ଚ ସମୟରେ ଏଥିରେ ଏଥିଲିନ ଗ୍ଲାଇକଲ ମିଳିଥିଲା। ଗତ ବର୍ଷ ୨୭ ଡିସେମ୍ବରକୁ ସେଣ୍ଟ୍ରାଲ ଏବଂ ଲୋକାଲ ଯାଞ୍ଚ ଏଜେନ୍ସୀ ୫ ସାମ୍ପୁଲ ନେଇଥିଲେ।