ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

LICର ସେୟାରରେ ହ୍ରାସ ଜାରି, ଲିଷ୍ଟିଂ ପରେ ସବୁଠୁ ଅଧିକ ତଳକୁ ଖସିବାରେ ଏସିଆର ଦ୍ୱିତୀୟ କମ୍ପାନି

13/06/2022 at 7:03 PM

ନୂଆଦିଲ୍ଲୀ: ସୋମବାର ଏଲଆଇସି ସେୟାର ୬୬୮.୨୦ ଟଙ୍କାରେ ବନ୍ଦ ହୋଇଛି । ସେୟାରର ମୂଲ୍ୟ ହ୍ରାସ ପଛର ବଡ କାରଣ ହେଉଛି ଆଙ୍କର ନିବେଶକଙ୍କ ଲକ-ଇନ ଅବଧି ଶେଷ ହେବା । ଏହାର ଅର୍ଥ ଏଲଆଇସିର ଇଶ୍ୟୁରେ ନିବେଶ କରିଥିବା ଆଙ୍କର ନିବେଶକ ଏବେ ନିଜର ସେୟାର ବିକ୍ରି କରିପାରିବେ। ଦ୍ୱିତୀୟ କାରଣ ଆଜି(ସୋମବାର) ସେୟାର ବଜାର ତଳମୁହାଁ ହେବା । ସେନସେକ୍ସ ଆଜି ୧୪୫୬ ଅଙ୍କ ତଳକୁ ଖସିଛି ।

ଏଲଆଇସିର ସେୟାର ତାଲିକାଭୁକ୍ତ ହେବା ପରଠୁ ୨୯ ପ୍ରତିଶତ ତଳକୁ ଖସିସାରିଛି । ଏହିପରି ଲିଷ୍ଟିଂ ପରେ ସବୁଠୁ ଅଧିକ ତଳକୁ ଖସିଥିବା ଏହା ଏସିଆର ଦ୍ୱିତୀୟ ସେୟାର ହୋଇଛି । ଏହି ମାମଲାରେ ଏବେବି ପ୍ରଥମ ସ୍ଥାନରେ ଦକ୍ଷିଣ କୋରିଆର କମ୍ପାନି  LG Energy solution ରହିଛି । ଏହାର ସେୟାର ମୂଲ୍ୟ ଲିଷ୍ଟିଂ ପରଠୁ ୩୦ ପ୍ରତିଶତରୁ ଅଧିକ ତଳକୁ ଖସିସାରିଛି ।

ସୋମବାର ସକାଳେ ଏଲଆଇସିର ସେୟାର ୭୦୦ ଟଙ୍କାରୁ କମ ଅର୍ଥାତ ୬୯୧ ଟଙ୍କାରେ ଖୋଲିଥିଲା। କାରବାର ବନ୍ଦ ସମୟରେ ଏହା ୫.୮୫ ପ୍ରତିଶତ ହ୍ରାସ ହୋଇ ବିଏସଆଇରେ ୬୬୮.୨୦ ଟଙ୍କାରେ ବନ୍ଦ ହୋଇଥିଲା। ସୋମବାର ଲଗାତାର ୧୦ମ ଦିନରେ ଏଲଆଇସିର ସେୟାର ଲାଲ ସଂକେତରେ ବନ୍ଦ ହୋଇଛି।

ସୋମବାର ଏଲଆଇସିର ବଜାର ପୁଞ୍ଜି ହ୍ରାସ ହୋଇ ୪.୨୨ ଲକ୍ଷ କୋଟି ଟଙ୍କା ହୋଇଥିଲା । ଏହାସହ ଦେଶର ସବୁଠୁ ଅଧିକ ଭେଲ୍ୟୁସନ ଥିବା ଶୀର୍ଷ କମ୍ପାନି ତାଲିକାରୁ ବାହାର ହୋଇଛି । ଏବେ ଷଷ୍ଠ ସ୍ଥାନରେ ରହିଛି । ଲିଷ୍ଟିଂ ପରଠୁ ଆଜି ଯାଏଁ ଏହି ସେୟାର ନିବେଶକଙ୍କ ୧.୭ ଲକ୍ଷ କୋଟି ଟଙ୍କା ବୁଡାଇ ସାରିଛି । ମେ ୧୭ରେ ଏଲଆଇସିର ସେୟାର ପୁଞ୍ଜି ବାଜରରେ ତାଲିକାଭୁକ୍ତ ହୋଇଥିଲା । ସେହି ସମୟରେ ଏହାର ବଜାର ପୁଞ୍ଜି ୬ ଲକ୍ଷ କୋଟି ଥିଲା। ଏହା ଦେଶର ପଞ୍ଚମ ସବୁଠୁ ବଡ଼ କମ୍ପାନି ଥିଲା।   

   Related Posts