ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଆଦାନୀ-ହିଣ୍ଡନବର୍ଗ ବିବାଦରେ ଫଶିଗଲା LIC, ନିବେଶକଙ୍କର ବୁଡ଼ିଗଲା ୬୫,୪୦୦ କୋଟି ଟଙ୍କା

1/02/2023 at 8:15 PM

ନୂଆଦିଲ୍ଲୀ ୧।୨: ଗୌତମ ଆଦାନୀ ସମୂହ ଓ ହିଣ୍ଡନବର୍ଗ ବିବାଦ ଯୋଗୁ ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ହ୍ରାସ ଜାରି ରହିଛି। ଏହା ଛଡା ଅଲଗା ଅଲଗା ସେକ୍ଟରର ଅନେକ ଷ୍ଟକ୍ ମଧ୍ୟ ଧରାଶାୟୀ ହୋଇଛି। ଏଥିରେ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରଠାରୁ ଏଲଆଇସି ସେୟାର ମଧ୍ୟ ଗୁରୁଣ୍ଡୁଥିବାର ଦେଖାଯାଉଛି। ମାତ୍ର ୫ଟି ବ୍ୟବସାୟୀକ ଦିବସରେ ଏଲଆଇସିର ମାର୍କେଟ କ୍ୟାପିଟାଲ ୬୫,୪୦୦ କୋଟି ଟଙ୍କା ହ୍ରାସ ହୋଇଛି।

ଜାନୁୟାରୀ ୨୪ ତାରିଖ ଦିନ କାରବାର ବନ୍ଦ ବେଳକୁ କମ୍ପାନୀର ମାର୍କେଟ୍ କ୍ୟାପ୍ ୪,୪୪,୧୪୧କୋଟି ଟଙ୍କା ଥିଲା। ଯାହା ହ୍ରାସ ହୋଇ ୩,୭୮,୭୪୦ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ମାତ୍ର ୫ଟି ବ୍ୟବସାୟୀକ ଦିବସରେ ଏଲଆଇସି ଷ୍ଟକ୍‌ରେ ୧୪.୭୩ ପ୍ରତିଶତ ହ୍ରାସ ଦେଖାଯାଇଛି। ଏଣୁ ସରକାରୀ ବୀମା କମ୍ପାନୀ ଏଲଆଇସି ସର୍ଟ ସେଲର କମ୍ପାନୀ ହିଣ୍ଡନବର୍ଗ ରିପୋର୍ଟ ଉପରେ ଆଦାନୀ ଗ୍ରୁପକୁ ସ୍ପଷ୍ଟିକରଣ ମାଗିବେ ବୋଲି କହିଛି। ଗତ ସୋମବାର ଏଲଆଇସି କହିଥିଲେ ଯେ ଆଦାନୀ ସମୂହର ବଣ୍ଡ ଓ ଇକ୍ୱିଟିରେ ତାଙ୍କର ୩୬,୪୭୪.୭୮ କୋଟି ଟଙ୍କା ଲାଗିଛି, ଯାହା ବୀମା କମ୍ପାନୀଙ୍କ ମୋଟ ନିବେଶର ୧ ପ୍ରତିଶତରୁ ମଧ୍ୟ କମ୍।

ଏଲଆଇସି ଏକ ଟ୍ୱିଟ୍‌ରେ ଆଦାନୀ ଗ୍ରୁପ କମ୍ପାନୀମାନଙ୍କରେ ଇକ୍ୱିଟି ଓ ବଣ୍ଡ ଭାବେ ଏ ପର୍ଯ୍ୟନ୍ତ ଆମର ମୋଟ ନିବେଶ ୩୬,୪୭୪.୭୮ କୋଟି ଟଙ୍କା ରହିଛି। ଯାହା ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୩୫,୯୧୭.୩୧ କୋଟି ଟଙ୍କା ଥିଲା। ସେହିପରି ଗ୍ରୁପର କମ୍ପାନୀମାନଙ୍କରୁ ଗତ କିଛି ବର୍ଷରେ କିଣାଯାଇଥିବା ଇକ୍ୱିଟିର ମୋଟ କ୍ରୟ ମୂଲ୍ୟ ୩୦,୧୨୭ କୋଟି ଟଙ୍କା ବୋଲି ଏଲଆଇସି କହିଛନ୍ତି।

   Related Posts