ଆଦାନୀଙ୍କ କମ୍ପାନି ଉପରେ LICର ବଡ଼ ଭରସା, କିଣି ସାରିଲାଣି ୭୩,୪୬୭ କୋଟି ଟଙ୍କାର ସେୟାର

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗୌତମ ଆମ୍ୱାନୀ ଗ୍ରୁପର କମ୍ପାନିରେ ବଡ ବାଜି ଲଗାଇଛି । ନିକଟରେ ଶେଷ ତ୍ରୈମାସରେ ଏଲଆଇସି ଗ୍ରୁପ ଯେଉଁ ତିନି କମ୍ପାନିରେ ନିଜ ଅଂଶଧନ ବଢାଇଛି ସେଥିରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଟୋଟଲ ଗ୍ୟାସ ଏବଂ ଆଦାନୀ ଟ୍ରାନ୍ସମିଶନ ରହିଛି । ଏହାସହ ଗତ ସପ୍ତାହର ଶେଷ କାରବାର ଦିନ ସୁଦ୍ଧା ଏଲଆଇସିର ନିବେଶ ଆଦାନୀ ଗ୍ରୁପର ମୋଟ ୫ କମ୍ପାନିରେ ୭୩,୪୬୭ କୋଟି ରହିଛି । କେବେ ଏହି ସମୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଆଦାନୀ ଗ୍ରୁପର କମ୍ପାନିରେ ନିଜ ଅଂଶ କମ କରିଛନ୍ତି ।

ଆଦାନୀ ଗ୍ରୁପର ଯେଉଁ ୫ କମ୍ପାନିରେ ଏଲଆଇସି ଅଂଶଧନ ରହିଛି ସେଥିରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଟୋଟଲ ଗ୍ୟାସ ଏବଂ ଆଦାନୀ ଟ୍ରାନ୍ସମିଶନ, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ପୋର୍ଟ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନ ରହିଛି । ପ୍ରାଇମ ଡାଟା ବେସ ଅନୁସାରେ ସେପ୍ଟେମ୍ୱର ୩୦ ସୁଦ୍ଧା ଏଲଆଇସିରେ ମୋଟ ଇକ୍ୱିଟୀ ପୋର୍ଟଫୋଲିଓ ୧୦.୨୭ ଲକ୍ଷ କୋଟି ଟଙ୍କା ଥିଲା । ଆଦାନୀ ଗ୍ରୁପରେ ଏଲଆଇସିର ଅଂଶଧନର ମୂଲ୍ୟ ଏହାର ମୋଟ ଇକ୍ୱିଟୀ ପୋର୍ଟଫୋଲିଓ ପ୍ରାୟ ୭ ପ୍ରତିଶତ ଥିଲା।

୨୦୨୧ ଜୁନ ୩୦ ସୁଦ୍ଧ ଆଦାନୀ ଏଣ୍ଟରପ୍ରାଇଜେସରେ ଏଲଆଇସିର ଅଂଶଧନ ୧.୩୨ ପ୍ରତିଶତ ଥିଲା, ଯାହା ଗତ ପାଞ୍ଚ ତ୍ରୈମାସ ଧରି ଲଗାତାର ବଢି ଚାଲିଛି । ସେପ୍ଟେମ୍ୱର ୩୦ ସୁଦ୍ଧା ଏହି ଅଂଶଧନ ୪.୦୨ ପ୍ରତିଶତ ହୋଇଥିଲା । ଏଲଆଇସି ନିକଟରେ ସେପ୍ଟେମ୍ୱର ସୁଦ୍ଧା ୪,୫୮,୧୪,୯୫୪ ଆଦାନୀ ଏଣ୍ଟରପ୍ରାଇଜେସ ସେୟାର ଥିଲା । ଏହାର ମୂଲ୍ୟ ୧୭,୯୬୬ କୋଟି ଥିଲା।

ସେହିପରି ଏଲଆଇସି ଟୋଟାଲ ଗ୍ୟାସରେ ଏଲଆଇସିର ନିବେଶ ପ୍ରାୟ ୨୨,୭୦୬ କୋଟି ଟଙ୍କା । ଆଦାନୀ ଟ୍ରାନ୍ସମିଶନରରେ ଏଲଆଇସିର ନିବେଶ ପ୍ରାୟ ୧୦,୬୦୦ କୋଟି ଟଙ୍କା ରହିଛି । ଆଦାନୀ ଗ୍ରୀନରେ ଏନର୍ଜୀରେ ଏଲଆଇସିର ଅଂଶଧନ ୩,୭୬୦ କୋଟି ଟଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.