ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

LIC ବନ୍ଦ କଲା ୨ ଜୀବନ ବୀମା ପ୍ଲାନ୍, ଆପଣ କିଣିଥିଲେ କି ଏହି ପଲିସି? ଜାଣନ୍ତୁ ହେବ କ’ଣ?

23/11/2022 at 1:53 PM

ନୂଆଦିଲ୍ଲୀ ୨୩।୧୨: ସରକାରୀ ଜୀବନ ବୀମା କମ୍ପାନୀ ଏଲଆଇସି ଦୁଇଟି ଟର୍ମ ଇନସ୍ୟୁରାନ୍ସ ପଲିସିକୁ ବନ୍ଦ କରିଦେଇଛି। ଏ ନେଇ କମ୍ପାନୀ ବୁଧବାର କହିଛି ଯେ ୩ ବର୍ଷ ପୂର୍ବେ ଜାରି କରାଯାଇଥିବା ଦୁଇଟି ଟର୍ମ ଇନସ୍ୟୁରାନ୍ସ ପଲିସିକୁ ଏବେ ବନ୍ଦ କରାଯାଉଛି। ଏହି ପଲିସି ଦୁଇଟିର ମିଆଦ ୨୩ ନଭେମ୍ବର ବୁଧବାର ସମାପ୍ତ ହୋଇଯାଇଛି।

ଏଥିରୁ ଗୋଟିଏ ଅନଲାଇନ ବିକ୍ରି ହେଉଥିବା ବେଳେ ଅନ୍ୟଟିକୁ କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ଅଫଲାଇନ ବିକ୍ରୟ କରୁଥିଲେ। ଏ ନେଇ ଏଲଆଇସି ଏକ ସର୍କୁଲାର ଜାରି କରି ‘ଏଲଆଇସି ଜୀବନ ଅମର’ ଓ ‘ଏଲଆଇସି ଟେକ୍ ଟର୍ମ’ ନାମକ ବୀମା ପଲିସିକୁ ବନ୍ଦ କରି ଦେଇଛନ୍ତି। ଟେକ୍ ଟର୍ମ ପଲିସି ଏକ ଅନଲାଇନ ପଲିସି, ତେବେ ଜୀବନ ଅମର ଅଫଲାଇନରେ କାରବାର ହେଉଥିଲା। ଏହି ଉଭୟ ପ୍ଲାନ ୨୩ ନଭେମ୍ବର ୨୦୨୨ରୁ ସମାପ୍ତ ହୋଇ ଯାଉଛି।

ଏବେ କୌଣସି ଗ୍ରାହକ ଏହି ପଲିସି ୨ଟିକୁ ଅନଲାଇନ କି ଅଫଲାଇନରେ କ୍ରୟ କରିପାରିବେନି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଟର୍ମ ପ୍ଲାନର ରି-ଇନସ୍ୟୁରାନ୍ସ ମୂଲ୍ୟ ବୃଦ୍ଧି ହେଉଥିବାରୁ କମ୍ପାନୀ ପଲିସି ୨ଟିକୁ ପ୍ରତ୍ୟାହାର କରିଛି। ଅଗଷ୍ଟ ୨୦୧୯ରେ ଜୀବନ ଅମର ପଲିସିକୁ ଏଲଆଇସି ଲଞ୍ଚ କରିଥିଲେ। ଏହାର ମାସକ ପରେ ଅର୍ଥାତ ସେପ୍ଟେମ୍ବର ୨୦୧୯ରେ ଟେକ୍‌ ଟର୍ମକୁ ବଜାରରେ ଲଞ୍ଚ କରାଯାଇଥିଲା।

ପଲିସି ଦୁଇଟି ବଜାରକୁ ଆସିବା ପରଠାରୁ ଏହାର ପ୍ରିମିୟମ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ହେଲେ ଏବେ ପଲିସି ୨ଟିରେ ବେଶ୍ ଅନ୍ତର ଦେଖାଯାଉଛି। ଏଣୁ ଏହାକୁ ବନ୍ଦ କରି ନୂଆ ପରିବର୍ତ୍ତନ ସହିତ ରି ଲଞ୍ଚ କରାଯାଇପାରେ। ଏହି ଉଭୟ ପଲିସି ଉପଭୋକ୍ତାଙ୍କ ପରଲୋକରେ ସେମାନଙ୍କ ପରିବାରଙ୍କୁ ସମ ଆସ୍ୟୋର୍ଡ ଉପଲବ୍ଧ କରାଉଥିଲା।

ଏଲଆଇସି ଜୀବନ ଅମର ଲାଗି ଅନୁନ୍ୟ ସମ ଆସ୍ୟୋର୍ଡ ୨୫ ଲକ୍ଷ ଟଙ୍କା ଥିବା ବେଳେ ଟେକ୍ ଟର୍ମ ପଲିସିରେ ଅନୁନ୍ୟ ସମ ଆସ୍ୟୋର୍ଡ ୫୦ ଲକ୍ଷ ଟଙ୍କାକୁ ଥିଲା। ଉଭୟ ପ୍ଲାନରେ ମ୍ୟାକ୍ସିମମ କୌଣସି ସୀମା ନଥିଲା। ତେବେ ଅନଲାଇନରେ ବିକ୍ରି ହେଉଥିବା ଟେକ୍ ଟର୍ମ ପ୍ଲାନ ଅଫଲାଇନରେ ବିକା ହେଉଥିବା ଏଲଆଇସି ଜୀବନ ଅମର ପ୍ଲାନ ଠାରୁ ଶସ୍ତା ଥିଲା।

ତେବେ ବନ୍ଦ ହୋଇ ଯାଉଥିବା ଏହି ବୀମା ପ୍ଲାନରେ ଯଦି କେହି ଗ୍ରାହକ ନିଜ ଲାଗି ବୀମା କ୍ରୟ କରିଥିଲେ ତେବେ ତାଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ଏଲଆଇସି କହିଛନ୍ତି। ସେମାନଙ୍କ ପଲିସି ପୂର୍ବ ପରି ଆଗକୁ ମଧ୍ୟ ଜାରି ରହିବ। ଗ୍ରାହକ ଟେକ୍ ଟର୍ମ ବୀମା ପଲିସି କ୍ରୟ କରିଥାନ୍ତୁ କି ଜୀବନ ଅମର ଉଭୟ ପଲିସି ଲାଗି କମ୍ପାନୀ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବେ।

ଗ୍ରାହକଙ୍କୁ ବୀମାର ସମସ୍ତ ସୁବିଧା ମିଳିବ। ତେବେ ପଲିସି ବନ୍ଦ କରିବାର ଅର୍ଥ ଏହାକୁ ଆଗାମୀ ସମୟ ଲାଗି ବନ୍ଦ କରାଯିବା। ଅର୍ଥାତ ଆଗକୁ ଏହି ପଲିସି ଆଉ ବିକ୍ରି ହେବନି। ତେବେ ଯେଉଁ ଗ୍ରାହକ ଏହି ପଲିସି କିଣିଛନ୍ତି ତାଙ୍କୁ ଏହାର ପୁରା ଲାଭ ମିଳିବ। ଏହା ଛଡା ଯେଉଁ ଗ୍ରାହକମାନେ ଏହି ବୀମା ପ୍ଲାନ କ୍ରୟ ଲାଗି ନଭେମ୍ବର ୨୨ ତାରିଖ ସୁଦ୍ଧା ଆବେଦନ କରିଛନ୍ତି ଯଦି ନଭେମ୍ବର ୩୦ ସୁଦ୍ଧା ସେମାନଙ୍କ ଆବେଦନକୁ ମଞ୍ଜୁରି ମିଳିଯାଏ ତେବେ ଏପରି ଗ୍ରାହକଙ୍କୁ ମଧ୍ୟ ଏହି ପଲିସି ମିଳିବ।

   Related Posts