ଆତତାୟୀଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତିଲେ ଲିବ୍ୟା ଗୃହମନ୍ତ୍ରୀ ଫତୀ ବାଶଗା

Published By : Prameya-News7 Bureau | February 21, 2021 IST

ତ୍ରିପୋଲୀ ୨୧।୨: ଲିବ୍ୟା ଗୃହମନ୍ତ୍ରୀ ଫତୀ ବାଶଗାଙ୍କୁ ରବିବାର ରାଜଧାନୀ ତ୍ରିପୋଲୀରେ ହତ୍ୟା ଉଦ୍ୟମ କରାଯାଇଛି।  ଗୃହମନ୍ତ୍ରୀଙ୍କ କାରକେଡକୁ ମୋଟରସାଇକେଲରୁ ଆତତାୟୀ ଗୁଳିମାଡ କରିଛନ୍ତି। ତେବେ ଗୁଳି ଗୃହମନ୍ତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ପଶ୍ଚିମ ତ୍ରିପୋଲୀରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବାର ସୂଚନା ମିଳିଛି।

ବାଶଗା ଜାତୀୟ ତୈଳ ନିଗମ ଓ ମନ୍ତ୍ରାଳୟଙ୍କ ଲ ଏନଫୋର୍ସମେଣ୍ଟ ମୁଖ୍ୟାଳୟ ପରିଦର୍ଶନ ସାରି ଫେରିବା ରାସ୍ତାରେ ତାଙ୍କ ମୋଟରକେଡ ଉପରକୁ ଗୁଳିମାଡ ହୋଇଥିଲା। ଆତତାୟୀମାନେ ମୋଟରସାଇକେଲରେ ଆସିଥିଲେ ଓ ବାଶଗା ଏବଂ ତାଙ୍କ ସୁରକ୍ଷା କର୍ମୀଙ୍କ ଉପରକୁ ଅନ୍ଧାଦୁନିଆ ଗୁଳି ଚଳାଇଥିଲେ। ଜବାବରେ ଗୃହମନ୍ତ୍ରୀଙ୍କ ଅଙ୍ଗରକ୍ଷୀମାନେ ଆକ୍ରମଣକାରୀଙ୍କ ଜବାବ ଦେଇଥିଲେ। ଏଥିରେ ମୋଟର ସାଇକେଲରୁ ଗୁଳିମାଡ କରୁଥିବା ଆତତାୟୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗାଡ଼ିରୁ ଖସିପଡି ଆହତ ହୋଇଛି। ମାମଲାରେ ୨ ଜଣଙ୍କୁ ଗିରଫ ହୋଇଥିବା ଜଣାପଡିଛି।

ଦେଶରେ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ ଆକୋର୍ଡ (ଜିଏନଏ)ରେ ବାଶଗା ଗୃହମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ତାଙ୍କ ଉପରେ ଏପରି ଏକ ସମୟରେ ଆତତାୟୀ ମରଣାନ୍ତକ ଆକ୍ରମଣ କରିଛନ୍ତି ଯେତେବେଳେ ଜାତି ସଂଘଙ୍କ ପ୍ରକ୍ରିୟାରେ ଦେଶରେ ନିର୍ବାଚନ ଦ୍ୱାରା ଅନ୍ତରୀଣ ସରକାର ଗଠନ ଲାଗି ଜିଏନଏ ପ୍ରସ୍ତୁତି କରୁଛନ୍ତି। ପୂର୍ବ ଲିବ୍ୟା ମାସରଟାର ମାଶଗା ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ଅତୀତରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବା ଲାଗି ପ୍ରତିଦ୍ୱନ୍ଦ୍ୱୀତା କରି ପରାସ୍ତ ହୋଇଥିଲେ। ତେବେ ଜିଏନଏ ପ୍ରତି ତାଙ୍କ ସମର୍ଥନ ଜଣାଇଥିଲେ।

ତେବେ ରବିବାର ଆକ୍ରମଣ ଘଟଣାର ତଦନ୍ତରୁ ଆକ୍ରମଣକାରୀମାନେ ଅନ୍ୟତମ ଶକ୍ତିଶାଳୀ ସହର ଜାଇୱାର ବୋଲି ଜଣାପଡିଛି। ଏମାନେ ଏପ୍ରିଲ ୨୦୧୯ରୁ ଜୁନ ୨୦୨୦ ପର୍ଯ୍ୟନ୍ତ ତ୍ରିପୋଲୀକୁ କମାଣ୍ଡକ ଖଲିଫା ହଫ୍ତାରଙ୍କ ଆକ୍ରମଣରୁ ସୁରକ୍ଷା ଯୋଗାଇ ଆସୁଥିବା ଗୋଷ୍ଠୀର ବୋଲି କୁହାଯାଉଛି। ୨୦୧୧ ଲିବ୍ୟା ସଶସ୍ତ୍ର ବିଦ୍ରୋହ ପରେ ବଶଗା ପଶ୍ଚିମ ଲିବ୍ୟାର ଶକ୍ତିଶାଳୀ ସଶସ୍ତ୍ର ଗୋଷ୍ଠୀଙ୍କୁ ସମର୍ଥନ କରିବେ ପ୍ରତିଶ୍ରୁତି ଦେଇଥିଲେ। ତେବେ ସେମାନଙ୍କୁ ଏପର୍ଯ୍ୟନ୍ତ ସମର୍ଥନ କରୁନାହାନ୍ତି। ହୁଏତ ଏଥିଲାଗି ଅସନ୍ତୋଷରୁ ତାଙ୍କ ଉପରେ ଆକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.