ସ୍ୱାଭାବିକ୍ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି, ଦୁଇଦିନ ହେବ ଉପବାସରେ ଥିଲେ ଦେବ ଦେବ ମହାଦେବ

Published By : Prameya-News7 Bureau | August 11, 2022 IST

ଭୁବନେଶ୍ୱର ୧୧/୦୮: ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି । ଗତ ୯ ତାରିଖ ସନ୍ଧ୍ୟା ୪ ଟାରୁ ବନ୍ଦ ଥିଲା ନୀତି । ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡିଥିଲା । ଏନେଇ ସୂଚନା ଦେଇଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା । ସୂଚନା ଥାଉକି, ଶ୍ରୀ ଲିଙ୍ଗରାଜଙ୍କ ପଇତା ନୀତିକୁ ନେଇ ଲାଗିରହିଥିଲା ବିବାଦ । ଖାଲି ସେତିକି ନୁହେଁ ମହାପ୍ରଭୁଙ୍କୁ ମଧ୍ୟ ଉପବାସ ରଖିଥିଲେ ।

ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ବହୁ ପୁରାତନ ପରମ୍ପରା ସମ୍ପନ୍ନ ହେବାରେ ବାଧା ହୋଇଥିଲା । ମଙ୍ଗଳବାର ଥିଲା ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତିର ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟ । ସେସବୁକୁ ସମ୍ପାଦନ କରାଯାଇନଥିଲା ।

ମଙ୍ଗଳବାର ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ନୀତି ପାଇଁ ପଇତା ବିନ୍ଦୁସାଗରରେ ଧୁଆ ହୋଇ ଅଧିବାସ ଓ ପରେ ବଡ଼ସିଂହାର ନୀତି କରାଯିବାର କାର୍ଯ୍ୟକ୍ରମ ଥିଲା । ଏସବୁ ନ ହୋଇ ପାରିବା କାରଣରୁ ରାତି ୯ଟାରୁ ସମସ୍ତ ନୀତି ବନ୍ଦ ରହିଥିଲା । ଫଳରେ ବୁଧବାର ପବିତ୍ର ଶିବ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କଠାରେ ପଇତା ଲାଗି ହୋଇନିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.