ଲିୟାମ ଲିଭିଙ୍ଗଷ୍ଟୋନ ମାରିଲେ କ୍ରିକେଟ୍ ଇତିହାସରେ ସବୁଠୁ ଲମ୍ଵା ଛକା ! ଷ୍ଟାଡିୟମ ପାର ଯାଇ ପଡିଲା ବଲ୍

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯।୦୭:  ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନକୁ ୪୫ ରନରେ ପରାସ୍ତ କରିଛି। ଏଥି ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୧ ସମାନ ସ୍ତରକୁ ଆଣିବାରେ ସଫଳ ହୋଇଛି ଘରୋଇ ଦଳ। ଇଂଲଣ୍ଡ ପ୍ରଥମେ  ବ୍ୟାଟିଂ କରି ୧୯.୫ ଓଭରରେ ୨୦୦ ରନ କରି ଅଲଆଉଟ୍ ହୋଇଥିଲା। ଜବାବରେ ପାକିସ୍ତାନ ୯ ଓ୍ଵିକେଟ୍ ହରାଇ ୧୫୫ ରନ କରିଥିଲା। ଏହି ମ୍ୟାଚ୍‌ରେ ଆକର୍ଷଣର କେନ୍ଦ୍ର ଥିଲା ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଛକା। ଲିଭିଙ୍ଗଷ୍ଟୋନଙ୍କ ଏହି ଛକା କ୍ରିକେଟ୍ ଇତିହାସର ସବୁଠୁ ଲମ୍ବା ଛକା କୁହାଯାଉଛି।

ଗତ ଟି-୨୦ରେ ଲିଭିଙ୍ଗଷ୍ଟୋନ ଇଂଲଣ୍ଡ ପକ୍ଷରୁ ଦ୍ରୁତତମ ଶତକ କରିବାର ରେକର୍ଡ କରିଥିଲେ। ଚମତ୍କାର ଫର୍ମରେ ଥିବା ଲିଭିଙ୍ଗଷ୍ଟୋନ ଦ୍ଵିତୀୟ ମ୍ୟାଚ୍‌ରେ ମଧ୍ୟ  ଧମାକାଦାର ବ୍ୟାଟିଂ କରିଛନ୍ତି। ସେ ୩୮ ରନର ଦ୍ରୁତ ଇନିଂସରେ ୨ ଚୌକା ଓ ୧ ଛକା ମାରିଛନ୍ତି। ତାଙ୍କର ଛକା ୧୨୨ ମିଟର ଲମ୍ବା ଥିଲା ଏବଂ ବଲ ଷ୍ଟାଡିୟମ ବାହାର ଯାଇ ପଡିଥିଲା। ମ୍ୟାଚ୍‌ର ୧୬ତମ ଓଭର ଦ୍ରୁତ ବୋଲର ହାରିସ ରଉଫ ଦେଇଥିଲେ। ତାଙ୍କର ପ୍ରଥମ ବଲରେ ଲିଭିଙ୍ଗଷ୍ଟୋନ କୌଣସି ଷ୍ଟେପ୍ ନ ନେଇ ଠିଆରୁ ଏତେ ବଡ ଲମ୍ବା ଛକା ମାରିଲେ ଯେ, ବଲ୍‌ ଏମରଲ୍‌ଡ ଷ୍ଟାଡିୟମର ତିନି ମହଲା ଉପର ଦେଇ ରଗବୀ ପଡିଆରେ ଯାଇ ପଡିଥିଲା।

wp:html /wp:html

ଏହା ପୂର୍ବରୁ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ କ୍ରିସ ଲିନ୍‌ ବିଗ ବାସ୍ ଲିଗ୍‌ରେ ସେନ ଟେଟ୍‌ଙ୍କ ବଲ୍‌ରେ ୧୨୧ ମିଟରର ଲମ୍ବା ଛକା ମାରିଥିଲେ। ନ୍ୟୁଜିଲାଣ୍ଡର ଅଲରାଉଣ୍ଡ କୋରି ଆଣ୍ଡରନ ଭାରତ ବିପକ୍ଷରେ ଇଶାନ୍ତ ଶର୍ମାଙ୍କ ବଲ୍‌ରେ ୧୨୦ ମିଟରର ଲମ୍ବା ଛକା ଲଗାଇଥିଲେ। ଭାରତର ତାରକା ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ୨୦୦୭ ଟି-୨୦ ବିଶ୍ଵ କପ୍‌ର ସେମି ଫାଇନାଲ୍‌ରେ ବ୍ରେଟ୍ ଲିଙ୍କ ବଲ୍‌ରେ ୧୧୯ ମିଟରର ଲମ୍ବା ଛକା ମାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.