ଦିଲ୍ଲୀ ସୁଲତାନପୁରୀ ଦୁର୍ଘଟଣା ମାମଲା; ଲଜ୍ଜାଜନକ କହିଲେ ଏଲଜି, ଅପରାଧୀଙ୍କୁ ରାକ୍ଷସ ସହିତ କଲେ ତୁଳନା

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ନୂଆବର୍ଷରେ ଦିଲ୍ଲୀ କାଞ୍ଝାଓ୍ବଲା-ସୁଲତାନପୁରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଏଲଜି । ଏହା ଅତ୍ୟନ୍ତ ହୃଦୟ ବିଦାରକ ଓ ଲଜ୍ଜାଜନକ ଘଟଣା ବୋଲି ଟ୍ବିଟ୍ କରି କହିଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ । ଏହା ସହିତ ପୀଡ଼ିତ ପରିବାରକୁ  ସମବେଦନା ଜଣାଇଛନ୍ତି ।

ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର କାଞ୍ଝାଓ୍ବଲା ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ରାତି ପ୍ରାୟ ୩ଟା ସମୟରେ ଜଣେ ୨୦ବର୍ଷୀୟା ଯୁବତୀ ଘରକୁ ଫେରୁଥିବାବେଳେ ତାଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା । ଯୁବତୀ ଜଣକ ତଳେ ପଡ଼ିଯିବା ପରେ କାରରେ ବସିଥିବା ୫ଯୁବକ ତାଙ୍କୁ ୪କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଇଥିଲେ । ଯାହା ସିସିଟିଭି ଭିଜୁଆଲରୁ ସ୍ପଷ୍ଟ ହୋଇଛି । ପରେ ରାସ୍ତାରେ ପାର୍ଶ୍ବକୁ ଯୁବତୀଙ୍କୁ ଫଙ୍ଗି ଦେଇଥିଲେ ।

ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ଦିଲ୍ଲୀ ଉପ-ରାଜ୍ୟପାଳ ବିନୟୀ କୁମାର ସାକ୍ସସେନା କହିଛନ୍ତି । ଅପରାଧିଙ୍କ ରାକ୍ଷସ ପ୍ରକୃତିକ ସମାଲୋଚନା କରିଛନ୍ତି । ଘଟଣା ପରେ ଦେଶବାସୀଙ୍କ ସାମ୍ନାରେ ମୁଣ୍ଡ ତଳକୁ ନଇଁ ଯାଇଛି ବୋଲି ଟ୍ବିଟ୍ କରିଛନ୍ତି । ଏହି ହୃଦୟ ବିଦାରକ ଘଟଣାର ତଦନ୍ତ ଦାୟିତ୍ବ ଦିଲ୍ଲୀ ପୋଲିସକୁ ଦିଆଯାଇଛି । କାର୍ ଜବତ ହେବା ସହିତ ୫ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି ।

{"id":728157,"width":842,"height":600,"sizeSlug":"full","linkDestination":"none"}

କାରରେ ୪ କିଲୋମିଟର ଘୋଷାଡ଼ି ହୋଇଯିବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ । ଏହା ସହିତ ଉଚିତ୍ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ନିଆଁ ଚଳୁଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.