ସିସୋଦିଆଙ୍କ ଉପରେ ସିବିଆଇ ରେଡ୍ ପରେ ପ୍ରଥମ ଥର ମୁହାଁମୁହିଁ ହେଲେ LG ଏବଂ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ
9/09/2022 at 7:31 PM

ନୂଆଦିଲ୍ଲୀ: ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରେ ରେଡ୍ ପରେ ପ୍ରଥମ ପରସ୍ପରକୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ଉପ ରାଜ୍ୟପାଲ ଭିକେ ସକ୍ସେନା। ଉଭୟଙ୍କ ମଧ୍ୟରେ ଶୁକ୍ରବାର ସାପ୍ତାହିକ ବୈଠକ ଅନୁଷ୍ଠିତ ହୋଇଛି। ଦୁହିଁଙ୍କ ମଧ୍ୟରେ ସାକ୍ଷାତ ଠିକ୍ ସେହି ସମୟରେ ହୋଇଛି ଯେତେବେଳେ ଆପ୍ ପକ୍ଷରୁ ଉପ ରାଜ୍ୟପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲଗାଯାଇଛି।
ମୁଖ୍ୟମନ୍ତ୍ରୀ ଏବଂ ଉପ ରାଜ୍ୟପାଳ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଜଣା ପଡିନାହିଁ। ଏହା ପୂର୍ବରୁ ଦିଲ୍ଲୀରେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ପକ୍ଷରୁ ମଦ ଦୁର୍ନୀତିର ତଦନ୍ତ ଆଦେଶ ପରେ ଆପ୍ ସକ୍ସେନାଙ୍କ ଉପରେ ତାତି ଉଠିଛି। ମନୀଷ ସିସୋଦିଆଙ୍କ ସିବିଆଇ ରେଡ୍ ପରଠୁ କେଜ୍ରିଓ୍ଵାଲ ସାପ୍ତାହିକ ବୈଠକରେ ଯୋଗ ଦେଇନଥିଲେ। ଆଉ ଉପ ରାଜ୍ୟପାଳଙ୍କ ଉପରେ ଆପ୍ ଦ୍ଵାରା ଅନେକ ଦୁର୍ନୀତିର ଅଭିଯୋଗ ଲଗାଯାଇଥିଲା। ଜବାବରେ ସକ୍ସେନା ଆପ୍ର ଅନେକ ନେତାଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି।