Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁମ୍ବାଇ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ୩ ଅସୁସ୍ଥ

13/10/2019 at 2:54 PM

ମୁମ୍ବାଇ:  ଡ୍ରିମଲ୍ୟାଣ୍ଡ ସିନେମା ନିକଟସ୍ଥ ଚାରିନୀ ରୋଡରେ ଥିବା ଏକ ଆପାର୍ଟମେଣ୍ଟରେ ରବିବାର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବା  ନେଇ ଦମକଳ ବିଭାଗକୁ ସଠିକ ସମୟରେ ସୂଚନା ମିଳିବା ଯୋଗୁ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ପ୍ରାଣରକ୍ଷା ହୋଇପାରିଛି।

ଦମକଳ ବିଭାଗ କର୍ମଚାରୀ ପହଞ୍ଚି ପ୍ରଥମେ ଲୋକଙ୍କୁ ଉଦ୍ଧାର କରିଥିଲେ। ଏଥିରେ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ନିଆଁ ଲିଭାଇବା ବେଳେ ଧୂଆଁରେ ଶ୍ୱାସ ରୁଦ୍ଧ ହୋଇ ଜଣେ ଆଗ୍ନିକ ଅସୁସ୍ଥ ହୋଇପଡିଥିଲେ। ସେହି ପରି ନିଆଁ ପଡି ଅନ୍ୟ ଜଣେ ଦମକଳ କର୍ମଚାରୀ ଆହତ ହେବା ଯୋଗୁ ୩ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡ ଆଦିତ୍ୟ ଆର୍କେଡରେ ହୋଇଥିବା ଜଣାପଡିଛି। ଦମକଳ ବିବାଗ କର୍ମଚାରୀ ଏହାକୁ ଲେବୁ-୩ ଅଗ୍ନିକାଣ୍ଡ ବୋଲି କହିଥିବା ବେଳେ ଜୀବନହାନୀ ନେଇ ସୂଚନା ମିଳିନି। ତେବେ ୮ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଫ୍ଲାଟର ଦ୍ୱିତୀୟ ମହଲାରୁ ପ୍ରଥମେ ନିଆଁ ଉଠିଥିବା ଲୋକେ କହିଛନ୍ତି। ମୁମ୍ବାଇରେ ଗତ ୧୦ ଦିନରେ ଏହା ଦ୍ୱିତୀୟ ବଡ ଅଗ୍ନିକାଣ୍ଡ।  

   Related Posts