Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଡାକ ବିଭାଗ ପକ୍ଷରୁ ପତ୍ର ଲିଖନ ପ୍ରତିଯୋଗିତା

26/11/2019 at 9:12 PM

ଭୁବନେଶ୍ୱର : ଡାକ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ବାର୍ଷିକ ପତ୍ର ଲିଖନ ପ୍ରତିଯୋଗିତା ‘ଢାଇ ଅକ୍ଷର’ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ରାଜ୍ୟ ତଥା ଜାତୀୟସ୍ତରର ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି “ପ୍ରିୟ ବାପୁ ଆପଣ ଅମର ଅଟନ୍ତି”, ”, “Dear Bapu, you are immortal” । ୧୮ ବର୍ଷରୁ କମ ଏବଂ ୧୮ ବର୍ଷରୁ ଅଧିକ, ଏହିପରି ଦୁଇଟି ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ରରେ ୫୦୦ ଶବ୍ଦ ଏବଂ ଲଫାପା ଶ୍ରେଣୀରେ ୧ହଜାର ଶବ୍ଦରେ ପତ୍ର ଲେଖିପାରିବେ। ଏହି ପତ୍ରଲିଖନ ଇଂରାଜୀ, ହିନ୍ଦୀ କିମ୍ବା ଓଡ଼ିଆ ଭାଷାରେ ଲେଖାଯାଇପାରିବ। ପତ୍ର ପଠାଇବାର ଅନ୍ତିମ ତାରିଖ ୩୧.୧୨.୨୦୧୯ ରଖାଯାଇଛି। ରାଜ୍ୟସ୍ତରର ପ୍ରତିଯୋଗିତାର ପ୍ରଥମ ପୁରସ୍କାର ସ୍ୱରୂପ ୨୫ ହଜାର, ଦ୍ୱିତୀୟ ପୁରସ୍କାର ସ୍ୱରୂପ ୧୦ ହଜାର ଏବଂ ତୃତୀୟ ପୁରସ୍କାର ସ୍ୱରୂପ ୫ହଜାର ଟଙ୍କାର ଅର୍ଥରାଶି କୃତୀ ପ୍ରତିଯୋଗୀଙ୍କୁ ମିଳିବ। ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ପ୍ରଥମ ତିନୋଟି ସ୍ଥାନ ହାସଲ କରିବାକୁ ଥିବା ପ୍ରତିଯୋଗୀଙ୍କ ପାଇଁ ଯଥାକ୍ରମେ ୫୦ ହଜାର, ୨୫ ହଜାର ଏବଂ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି। www.odishapost.gov.in ଓ www.indiapost.gov.in ରେ ଏ ବିଷୟରେ ସୂଚନା ଦିଆଯାଇଛି ।

   Related Posts