oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କଂଗ୍ରେସ ବିଧାୟକଙ୍କ ଚିଠି ବୋମା, ଆସାମ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ସରକାର ଭାଙ୍ଗିବାକୁ ରଚିଛନ୍ତି ଷଡଯନ୍ତ୍ର

31/07/2022 at 6:04 PM

ଗୌହାଟୀ: ଝାଡଖଣ୍ଡ କ୍ୟାସ୍ କାଣ୍ଡରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି। ଏହା ମଧ୍ୟରେ ଝାଡଖଣ୍ଡର କଂଗ୍ରେସ ବିଧାୟକ ଚିଠି ବୋମା ଫୋଡିଛନ୍ତି। ବେରମୋ ବିଧାନସଭା ଅଞ୍ଚଳରୁ ବିଧାୟକ କୁମାର ଜୟମଙ୍ଗଳ ସିଂହ ହାଓ୍ଵଡାରେ ନଗଦ ଅର୍ଥ ସହ ଧରା ପଡିଥିବା  ବିଧାୟକଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଏଥିସହ ଝାଡଖଣ୍ଡରେ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର ରଚାଚାଲିଛି। ଏଥିରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵା ଶର୍ମା ସାମିଲ୍ ଥିବା ବିଧାୟକ ଜୟମଙ୍ଗଲ ସିଂହ କହିଛନ୍ତି।ଟ

କୁମାର ଜୟମଙ୍ଗଲ ସିଂହ ନିଜ ଚିଠିରେ ଲେଖିଛନ୍ତି, ଏହି ତିନି ବିଧାୟକଙ୍କୁ ଭେଟିବା ପାଇଁ କୋଲକାତା ଡକାଯାଇଥିଲା। ସେଠାରୁ ଗୌହାଟୀ ନେଇ ଯିବାର ଯୋଜନା ରହିଥିଲା। ସେଠାକାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କୁ ବିଧାୟକଙ୍କ ଭେଟିବାର ଯୋଜନା ଥିଲା। ଚିଠିରେ କଂଗ୍ରେସ ବିଧାୟକ ଲେଖିଛନ୍ତି, ଆସାମର ମୁଖ୍ୟମନ୍ତ୍ରୀ ଏହି ତିନି ଜଣଙ୍କୁ ଖାସ୍ ପ୍ରତିଶ୍ରୁତି ଦେଇଥିଲେ। ଝାଡଖଣ୍ଡର କଂଗ୍ରେସ ଏବ ଜେଏମଏମ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚା ଯାଇଥିଲା। ଗଠନ ହେବାକୁ ଥିବା ନୂତନ ସରକାରରେ ବିଧାୟକଙ୍କୁ ମନ୍ତ୍ରୀ ପଦ ଏବଂ ୧୦ କୋଟି ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା।

ଏହି ମାମଲାରେ ଆସାମର ମୁଖ୍ୟମନ୍ତ୍ରୀ ବିଶ୍ଵ ଶର୍ମା କହିଛନ୍ତି, କଂଗ୍ରେସର ଶୀର୍ଷ ନେତୃତ୍ଵର ଲୋକ ମଧ୍ୟ ଆମ ଯୋଗାଯୋଗରେ ରହିଛନ୍ତି। କିନ୍ତୁ ସେମାନେ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରନ୍ତି ନାହିଁ। କାରଣ କଂଗ୍ରେସ ପାର୍ଟିରେ ସେ ଦୀର୍ଘ ୨୨ ବର୍ଷ ଧରି ରହିଥିଲେ। ଏଥିପାଇଁ ଆମ ମଧ୍ୟରେ ଭଲ ସଂପର୍କ ରହିଛି। କୁମାର ଜୟମଙ୍ଗଲଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ, ଏହା ଉପରେ କାହିଁକି ଏଫଆଇଆର ରୁଜୁ କରାଯାଉ ନାହିଁ।

   Related Posts