ସେପ୍ଟେମ୍ବର ୧୯ରେ ହେବ ଏଲିଜାବେଥ୍-୨ୟଙ୍କ ଅନ୍ତ୍ୟେଷ୍ଟି, ଆସନ୍ତୁ ଜାଣିବା ରାଣୀଙ୍କ ପାଇଁ କିପରି ଅନ୍ତିମ ସଂସ୍କାର ଯୋଜନା କରିଛି ବ୍ରିଟେନ

Published By : Prameya-News7 Bureau | September 11, 2022 IST

ଲଣ୍ଡନ ୧୧।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ସେପ୍ଟେମ୍ବର ୮ ତାରିଖ ଦିନ ହୋଇଥିଲା। ମହାରାଣୀଙ୍କ ନିଧନରେ ସାରା ବିଶ୍ୱର ନେତାମାନେ ଶୋକ ସମ୍ବେଦନା ବ୍ୟକ୍ତ କରିଥିଲେ। ମହାରାଣୀଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜକୀୟ ସମ୍ମାନରେ ସେପ୍ଟେମ୍ବର ୧୯ ତାରିଖ ସୋମବାର ଦିନ ୱେଷ୍ଟମିନିଷ୍ଟର ଏବେରେ ଅନୁଷ୍ଠିତ ହେବ। ଅନ୍ତିମ ସଂସ୍କାର ପୂର୍ବରୁ ମହାରାଣୀଙ୍କ ପାର୍ଥୀବ ଶରୀରକୁ ୪ ଦିନ ଲାଗି ୱେଷ୍ଟମିନିଷ୍ଟର ହଲରେରଖା ଯିବ, ଯେପରି ଲୋକେ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇପାରିବେ।  ତେବେ ଆସନ୍ତୁ ଜାଣିବା ରାଣୀଙ୍କ ପାଇଁ କିପରି ଅନ୍ତିମ ସଂସ୍କାରର ଯୋଜନା କରିଛି ବ୍ରିଟେନ?

ଏ ନେଇ ବକିଂଘମ ପାଲେସ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାର୍ଥୀବ ଶରୀରକୁ କଫିନରେ ବାଲମୋରଲ କ୍ୟାସଲର ବଲରୁମରେ ସୁରକ୍ଷିତ ରଖା ଯାଇଥିବା ଓ ବ୍ରିଟିଶ  ରାଜପରମ୍ପରା ଓ ପ୍ରୋଟକଲ ଅନୁସାରେ ତାଙ୍କ ଅନ୍ତ୍ୟେଷ୍ଟିର ପ୍ରକ୍ରିୟା ଆରମ୍ଭ କରିଦିଆଯାଇଥିବା ସୂଚିତ କରାଯାଇଛି। ଏହି କ୍ରମରେ ୧୧ ସେପ୍ଟେମ୍ବର ରବିବାର ତାଙ୍କ କଫିନକୁ ସଡ଼କ ମାର୍ଗରେ ୧୮୦ ମାଇଲ ଦୂର ଏଡିନବର୍ଗ  ପହଞ୍ଚାଯାଇଛି। ସେଠାରେ କଫିନକୁ ହୋଲିରୁଡ ହାଉସ୍ ମହଲକୁ ଲାଗି ରହିଥିବା ସେଣ୍ଟ ଜାଇଲ୍ସ କ୍ୟାଥଡରାଲକୁ ନିଆଯିବ।

{"id":682947,"width":841,"height":473,"sizeSlug":"full","linkDestination":"none"}

ବୁଧବାର ମହାରାଣୀଙ୍କ ପାର୍ଥିବ ଶରୀରକୁ ୱେଷ୍ଟମିନିଷ୍ଟର ହଲରୁ ବକିଂଘମ ପାଲେସକୁ ଅଣାଯିବ। ଯେଉଁଠି ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିବେ। ପରେ କଫିନକୁ ବକିଂଘମ ପାଲେସରୁ ୱେଷ୍ଟମିନିଷ୍ଟର ଏବେ ପର୍ଯ୍ୟନ୍ତ ଔପଚାରିକ ମାର୍ଗରେ ନିଆଯିବ। ଏହି ସମୟରେ ମଧ୍ୟ ଲୋକେ ତାଙ୍କର ଅନ୍ତିମଦର୍ଶନ କରିପାରିବେ। ଏହି ଅବସରରେ ମହାରାଣୀଙ୍କୁ ଗନ ସାଲ୍ୟୁଟ୍ ପ୍ରଦାନ କରାଯିବ। ତାଙ୍କ ଜୀବନର ପ୍ରତ୍ୟେକ ବର୍ଷକୁ ସ୍ମରଣ କରି ୯୬ଥର ଫାୟାର କରାଯିବ।

ଷଷ୍ଠ ଦିନ ମହାରାଣୀଙ୍କ ଅନ୍ତ୍ୟେଷ୍ଟିର ରିହର୍ସେଲ କରାଯିବ। ଏଥିରେ ମିଲେଟ୍ରି ପରେଡ ମଧ୍ୟ ହେବ ଓ ରାଜପାରିବାରର ସଦସ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ସପ୍ତମ ଦିନ କିଙ୍ଗ ଚାର୍ଲସ୍ ସଂସଦରୁ ଆଉ ଏକ ଶୋକ ପ୍ରସ୍ତାବ ପ୍ରାପ୍ତ କରିବା ପାଇଁ ୱେଲସ୍ ଯାତ୍ରା କରିବେ। ଏହି କାଳରେ ସେ କାର୍ଡିଫର ଲିୟାନଡାଫ କ୍ୟାଥଡରାଲକୁ ମଧ୍ୟ ଯିବେ। ୧୯ ସେପ୍ଟେମ୍ବର ସୋମବାର ପୂର୍ବାହ୍ନ ୧୧ଟା ବେଳେ ପୂର୍ଣ୍ଣ ରାଜକୀୟ ସମ୍ମାନର ସହିତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କରାଯିବ। ସାରା ଦେଶରେ ୨ ମିନିଟ ନିରବ ପ୍ରାର୍ଥନା କରାଯିବ।

{"id":682948,"sizeSlug":"full","linkDestination":"none"}

ୱିଣ୍ଡସର କ୍ୟାସଲରେ ଏକ ସେରିମନି ପରେ ମହାରାଣୀଙ୍କୁ କିଙ୍ଗ ଜର୍ଜ ଷଷ୍ଠ ମେମୋରିୟାଲ ଚାପେଲରେ କବର ଦିଆଯିବ। ୱେଷ୍ଟମିନିଷ୍ଟର ଏବେରେ ଏଲିଜାବେଥଙ୍କୁ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ କଡରେ କବର ଦିଆଯିବ। ଯେଉଁଦିନ ତାଙ୍କୁ କବର ଦିଆଯିବ ସେଦିନ ରାଷ୍ଟ୍ରୀୟ ସୋକ ପାଳନ କରାଯିବ ଓ ପୁରା ଦେଶରେ ସରକାରୀ ଛୁଟି  ରହିବ। ତେବେ ଏ ସବୁ ପୂର୍ବରୁ ସେଣ୍ଟ ଜେମ୍ସ ପାଲେସରେ ଅନୁଷ୍ଠିତ ଏକ ଐତିହାସିକ ସମାରୋହରେ କିଙ୍ଗସ୍ ଚାର୍ଲସ୍ ତୃତୀୟଙ୍କୁ ଅଧିକାରୀକ ଭାବେ ବ୍ରିଟେନର ସମ୍ରାଟ ଘୋଷଣା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.