scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁବ୍ରତ ରାୟଙ୍କ ପରଲୋକରେ ବୁଡିଯିବକି ନିବେଶକଙ୍କ ଅର୍ଥ! ଆସନ୍ତୁ ଜାଣିବା ମିଳିବାକୁ ଥିବା ରିଫଣ୍ଡର ଏବେ ହେବ କ’ଣ?

15/11/2023 at 4:04 PM

ଲକ୍ଷ୍ନୌ ୧୫।୧୧: ସାହାରା ଇଣ୍ଡିଆ ପରିବାର ମୁଖିଆ ସୁବ୍ରତ ରାୟଙ୍କର ପରଲୋକ ହୋଇଛି। ତାଙ୍କ ପରଲୋକ ସହ ସାହାରାର କୋଟି କୋଟି ନିବେଶକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ,  ସେମାନଙ୍କ ନିବେଶ ଅର୍ଥ ବୁଡିଯିବ କି?ଯଦି ବୁଡିବନି ସାହାରରୁ ଅର୍ଥ ବାହାରିବ କିପରି? ସୁପ୍ରିମକୋର୍ଟଙ୍କ ରାୟ ପରେ ଲୋକଙ୍କ ମନରେ ସେମାନଙ୍କ ସଞ୍ଚିତ ଅର୍ଥ ଫେରିପାଇବାର ଆଶା ଉଙ୍କିମାରିଥିଲା। ଅନେକ ଲୋକେ ସାହାରା ରିଫଣ୍ଡ ପୋର୍ଟାଲରେ ଟଙ୍କା ଫେରିପାଇବା ପାଇଁ ଆବେଦନ ବି କରିଛନ୍ତି। ତେବେ ମଙ୍ଗଳବାର ରାତିରେ ସୁବ୍ରତ ରାୟଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ଲୋକେ ଭାଙ୍ଗିପଡିଛନ୍ତି। ତେବେ ଆସନ୍ତୁ ଜାଣିବା ନିବେଶକଙ୍କ ରିଫଣ୍ଡର ହେବ କ’ଣ?

ଉଲ୍ଲେଖଯୋଗ୍ୟ ଯେ ସାହାରା ଗ୍ରୁପର ୪ଟି କୋ-ଅପରେଟିଭ ସୋସାଇଟିରେ ପାଖାପାଖି ୩ କୋଟି ନିବେଶକ ସେମାନଙ୍କ କଷ୍ଟାର୍ଜିତ ନିବେଶ କରିଥିଲେ। ଏଥିରେ ସବୁଠୁ ଅଧିକ ନିବେଶ ବିହାର, ଓଡ଼ିଶା, ଝାଡଖଣ୍ଡ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ଲୋକେ କରିଥିଲେ। ହେଲେ ନିବେଶ ଅବଧି ଶେଷ ହେବା ପରେ ବି ଲୋକଙ୍କୁ ସେମାନଙ୍କ ନିବେଶ ରାଶି ଫେରସ୍ତ ମିଳୁନଥିଲା। ଫଳରେ ଲୋକେ ସେମାନଙ୍କ ଜମା ପୁଞ୍ଜି ନିମନ୍ତେ ବାରଦ୍ୱାର ଶୁଣ୍ଡିପିଣ୍ଢା ହେଉଥିଲେ। ଏଥିରେ ସୁପ୍ରିମକୋର୍ଟ ୨୦୧୨ ମସିହାରେ ସାହାରାକୁ ନିବେଶକଙ୍କ ଅର୍ଥ ସୁଧ ସହିତ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଅନେକ ନିବେଶକଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ଜମାପୁଞ୍ଜି ଫେରସ୍ତ ମିଳି ନାହିଁ।

ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ଯାଇ କେନ୍ଦ୍ର ସରକାର ଚଳିତବର୍ଷ ସାହାରା ରିଫଣ୍ଡ ପୋର୍ଟାଲ ସ୍ଥାପନା କରିଛନ୍ତି। ଏହି ପୋର୍ଟାଲକୁ ଯାଇ ନିବେଶକ ସେମାନଙ୍କ ସଞ୍ଚିତ ରାଶି ଫେରସ୍ତ ପାଇବା ନିମନ୍ତେ ଆବେଦନ କରିପାରିବେ। ପୋର୍ଟାଲ ମାଧ୍ୟମରେ ସାହାରା ଗ୍ରୁପର ୪ କୋ-ଅପରେଟିଭ ସୋସାଇଟି ଯଥା ସାହାରା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ,  ସାହାରାୟନ ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି ଲିମିଟେଡ, ହୁମାରା ଇଣ୍ଡିଆ କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ଓ ଷ୍ଟାର୍ସ ମଲ୍ଟିପର୍ପଜ କୋ-ଅପରେଟିଭ ସୋସାଇଟି ଲିମିଟେଡ ରେ ନିବେଶ କରିଥିବା ନିବେଶକଙ୍କ ଜମା ଫେରସ୍ତ ମିଳିବ।

ସାହାରା ରିଫଣ୍ଡ ପୋର୍ଟାଲରେ ଆବେଦନ କରିବା ପାଇଁ ନିବେଶକଙ୍କ ନିକଟରେ ମେମ୍ବରସିପ୍ ନମ୍ବର, ଜମା ଆକାଉଣ୍ଟ ନମ୍ବର, ଆଧାର ଲିଙ୍କ ହୋଇଥିବା ମୋବାଇଲ ନମ୍ବର, ଡିପୋଜିଟ୍ ସାର୍ଟିଫିକେଟ୍ ଭଳି କାଗଜପତ୍ର ଜରୁରି। ସାହାରାରେ ଫଶି ରହିଥିବା ପଇସା ଦାବି କରିବା ପାଇଁ ନିବେଶକଙ୍କ ଆଧାର ଚାଲୁ ମୋବାଇଲ ନମ୍ବର ସହ ସଂଯୁକ୍ତ ହୋଇଥିବା ଜରୁରି। ସେହିପରି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୁକ୍ତ ହୋଇଥିବା ଦରକାର। ଏହା ବିନା କୌଣସି ନିବେଶକ କ୍ଲେମ ଦାଖଲ କରିପାରିବେ ନାହିଁ। ଏହି ସବୁ କାଗଜପତ୍ର ସହିତ ସାହାରା ପୋର୍ଟାଲରେ ଆବେଦନ କରିପାରିବେ।

ଆପଣଙ୍କ ଆବେଦନ ଗ୍ରହଣ ହେବାମାତ୍ରେ ଆପଣଙ୍କୁ ଏକ ଏନରୋଲମେଣ୍ଟ ନମ୍ବର ମିଳିବ। ଏହା ସହିତ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଏସଏମଏସ ମଧ୍ୟ ଆସିବ। ସଞ୍ଚିତ ଅର୍ଥ ଦାବି କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏହା ବାଦେ କୌଣସି ସମସ୍ୟା ଉପୁଜିଲେ ଟୋଲ ଫ୍ରି ନମ୍ବର ୧୮୦୦ ୧୦୩ ୬୮୯୧ ଓ ୧୮୦୦ ୧୦୩ ୬୮୯୩ ଦିଆଯାଇଛି। ନିବେଶକଙ୍କ କାଗଜପତ୍ର ଯାଞ୍ଚ ପରେ ୪୫ ଦିନ ମଧ୍ୟରେ ଆକାଉଣ୍ଟକୁ ପଇସା ଆସିଯିବ। ଏହି ପୋର୍ଟାଲ ମାଧ୍ୟମରେ ପାଖାପାଖି ୨.୫ କୋଟି ଲୋକଙ୍କର ଲାଭ ହେବ।

ପଇସା ଏପରି ନିବେଶକଙ୍କୁ ଫେରସ୍ତ ମିଳିବ ଯେଉଁମାନଙ୍କ ଇନଭେଷ୍ଟମେଣ୍ଟ ମ୍ୟାଚ୍ୟୁରିଟି ହୋଇସାରିଥିବ। ସରକାର ରିଫଣ୍ଡ ହେବାକୁ ଥିବା ଅର୍ଥ ଉପରେ ୧୦,୦୦୦ ଟଙ୍କାର କ୍ୟାପ୍‌ ଲଗାଇଛନ୍ତି। ଅର୍ଥାତ ପ୍ରଥମ ପର୍ଯ୍ୟାୟରେ ସେହିସବୁ ନିବେଶକଙ୍କ ଅର୍ଥ ଫେରସ୍ତ କରାଯିବ ଯେଉଁମାନଙ୍କ ନିବେଶ ୧୦ ହଜାର ଟଙ୍କା।  

ସ୍କୁଟରରେ ବିକୁଥିଲେ ନମକିନ୍‌, ସାଇକେଲରୁ ଆରମ୍ଭ କରିଥିଲେ ‘ସାହାରା’ର ଯାତ୍ରା

   Related Posts