scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାତିରେ ୫ ଘଣ୍ଚାରୁ କମ୍‌ ନିଦ ଶୋଉଥିଲେ ରହିବ ଗୁରୁତର ରୋଗର ଆଶଙ୍କା: ଗବେଷଣା

19/10/2022 at 7:16 PM

ନୂଆଦିଲ୍ଲୀ ୧୯।୧୦: ବ୍ରିଟେନରେ ହୋଇଥିବା ଏକ ଗବେଷଣାରୁ ଚମକାଇବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ରାତିରେ ଅଧିକ ସମୟ ଜାଗ୍ରତ ରହୁଥିବା ଲୋକେ ଓ ରାତିରେ ୫ ଘଣ୍ଟାରୁ କମ୍ ନିଦ ଶୋଉଥିବା ଲୋକଙ୍କ ଜୀବନରେ ଗୁରୁତର ବେମାରୀର ଆଶଙ୍କା ଅଧିକ। ଏହି ଗବେଷଣା ବ୍ରିଟେନରେ ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ)ରେ କରାଯାଇଥିଲା।

ଏହି ଗବେଷଣାରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକେ ଯେଉଁମାନେ ରାତିରେ ୫ ଘଣ୍ଟା ବା ଏହାଠାରୁ କମ୍ ଶୁଅନ୍ତି ସେହି ଲୋକମାନେ ଅନ୍ୟ ଲୋକଙ୍କ ତୁଳନାରେ ଗୁରୁତର ରୋଗରେ ପଡିବାର ଆଶଙ୍କା ଅଧିକ ବୋଲି ଜଣାପଡିଛି। ଏପରି ଲୋକଙ୍କ ଠାରେ ଗୁରୁତର ରୋଗର ଆଶଙ୍କା ୨୦ ପ୍ରତିଶତ ବଢି ଯାଇଥାଏ। ୭ ଘଣ୍ଟା ପର୍ଯ୍ୟନ୍ତ ଶୋଉଥିବା ଲୋକଙ୍କ ତୁଳନାରେ ଯେଉଁ ଲୋକେ ଲଗାତାର ୨୫ ବର୍ଷ ଧରି ୫ ଘଣ୍ଟା ବା ଏହାଠୁ କମ ଶୋଉଛନ୍ତି ସେମାନଙ୍କଠାରେ ୨ ବା ଅଧିକ ପ୍ରାଣ ଘାତକ ରୋଗ ହେବାର ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ।

ପିଏଲଓଏସ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ସନ୍ଦର୍ଭରେ ୫୦, ୬୦ ଓ ୭୦ ବର୍ଷ ବୟସ୍କ ଯେଉଁ ଲୋକେ ୫ ଘଣ୍ଟା ବା ଏହାଠୁ କମ ଶୋଉଛନ୍ତି ସେମାନଙ୍କ ଠାରେ ଅନେକ ପ୍ରାଣ ଘାତକ ରୋଗ ହେବାର ଆଶଙ୍କା ରହୁଥିବା ବେଳେ ୭ ଘଣ୍ଟାରୁ ଅଧିକ ଶୋଉଥିବା ଲୋକଙ୍କ ଠାରେ ଏପରି ଆଶଙ୍କା ହ୍ରାସ ହୋଇଥାଏ। ଏହି ଗବେଷଣାର ମୁଖ୍ୟ ଲେଖକ ସେଭରିନ ସବିୟା ଉଚ୍ଚ ଆୟକାରୀ ଦେଶର ଲୋକଙ୍କ ଠାରେ ରୁଗ୍ଣ ହେବାର ସମ୍ଭାବନା ଅଧିକ ହେଉଥିବା କହିଛନ୍ତି। ସେହିପରି ଅଧାରୁ ଅଧିକ ବୟସ୍କ ଲୋକଙ୍କ ଠାରେ ୨ ବା ତା ଠୁ ଅଧିକ ପ୍ରାଣଘାତକ ରୋଗ ରହୁଥିବା ଦେଖା ଯାଇଛି। ଯାହା ଏବେ ସାର୍ବଜନିକ ସ୍ୱାସ୍ଥ୍ୟ ଲାଗି ବଡ ସମସ୍ୟା ଭାବେ ଉଭା ହୋଇଥିବା ସେଭରିନ କହିଛନ୍ତି।

   Related Posts